27.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦେଲେ ପରାମର୍ଶ । ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ସହ ଚିହ୍ନଟ ଓ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ସଚିବ ।

ସେହିପରି ସଂକ୍ରମିତଙ୍କଠୁ ଅନ୍ୟମାନଙ୍କୁ ସଂକ୍ରମଣ ନ ବ୍ୟାପିବାର ବ୍ୟବସ୍ଥା କରନ୍ତୁ ଏବଂ ପଜିଟିଭ ଚିହ୍ନଟ ହେଲେ କ୍ଲେଡ୍‌ ଜାଣିବାକୁ ଜିନମ ସିକୁଏନ୍ସିଂ ପାଇଁ ପଠାନ୍ତୁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ପ୍ରକାଶ ଥାଉକି, ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ବଢିଚାଲିଛି। ଲଗାତାର ଭାବେ ନୂଆ ଭାରିଆଣ୍ଟ ‘କ୍ଲେଡ୍ 1ବି’ ଚିହ୍ନଟ ହେବା ପରେ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking