26.1 C
Bhubaneswar
Wednesday, February 11, 2026
Homeଓଡିଶାଲାଲ ବାହିନୀର ଲାଲ ତାଣ୍ଡବ : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଲାଲ ବାହିନୀର ଲାଲ ତାଣ୍ଡବ : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଏଥର ଜଣେ ଗ୍ରାମବାସୀକୁ ନକ୍ସଲ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିବା ଜଣାପଡିଛି। ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ(୫୦)ଙ୍କୁ ସଶସ୍ତ୍ର ନକ୍ସଲ ଘରୁ ଡାକି ନେଇଥିଲେ। ଜଂଗଲରେ ନକ୍ସଲ ତାଂକୁ ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ। ପରେ ତାଂକୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରି ମୃତଦେହ କୁ ଜଂଗଲ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ।

୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବ ବୋଲି କେନ୍ଦ୍ର ଗୃ଼ହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଦେଇଛନ୍ତି। ଏଥିରେ ନକ୍ସଲ ଏକ ପ୍ରକାର ବିଳବିଳାଉଛନ୍ତି। ପୁଲିସକୁ ଟାର୍ଗେଟ କରିନପାରି ନିରୀହ ଜନତାଙ୍କୁ ଟାର୍ଗେଟ କରୁଥିବା କୁହାଯାଇଛି। ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଘାଇଲା ବାଘ ଭଳି ହୋଇଛନ୍ତି। ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିବା ପଛରେ ତାଂକର ଲୋକଙ୍କୁ ଭୟଭୀତ କରିବାର ଉଦେଶ୍ୟ ରହିଥିବା ପୁଲିସ କହିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବ ବୋଲି କେନ୍ଦ୍ର ଗୃ଼ହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଦେଇଛନ୍ତି। ଏଥିରେ ନକ୍ସଲ ଏକ ପ୍ରକାର ବିଳବିଳାଉଛନ୍ତି। ପୁଲିସକୁ ଟାର୍ଗେଟ କରିନପାରି ନିରୀହ ଜନତାଙ୍କୁ ଟାର୍ଗେଟ କରୁଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking