21.1 C
Bhubaneswar
Wednesday, February 11, 2026
Homeଓଡିଶାଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ୍ ପାଇଁ ଜନ୍ମ ପୂର୍ବରୁ ଆଖି ବୁଜିଲା ଶିଶୁ

ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ୍ ପାଇଁ ଜନ୍ମ ପୂର୍ବରୁ ଆଖି ବୁଜିଲା ଶିଶୁ

ଢେଙ୍କାନାଳ : ଡାକ୍ତର ଇଞ୍ଜେକ୍ସନ୍ ଦେଇ ରେଷ୍ଟ୍ ନେବାକୁ କହିଥିଲେ କିଛି ଚିକିତ୍ସା କରିନଥିଲେ । ମୋ ସନ୍ତାନକୁ ହରାଇବା ପଛରେ କେବଳ ଡାକ୍ତର ହିଁ ଦାୟୀ । ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ୍ ପାଇଁ ଜନ୍ମ ପୂର୍ବରୁ ଆଖି ବୁଜିଲା ଶିଶୁ । ବାପ ଆଖିରୁ ଧାର ଧାର ହୋଇ ବହି ଯାଉଛି ଲୁହ । ଏପଟେ ଜନ୍ମ କରିବା ପୂର୍ବରୁ ନିଜ ସନ୍ତାନକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା’ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ହସ୍ପିଟାଲରୁ।

ଅଭିଯୋଗ ମୁତାବକ, ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଖମାର ଗାଁର ସ୍ୱାଗତିକା ମାଟିଆଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଗୋଟିଏ ଇଂଜେକସନ ଦେଇଥିଲେ। ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ କୌଣସି ଚିକିତ୍ସା କରି ନଥିଲେ। ପ୍ରସୁତିଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ରୋଗୀ ଦେଖିବା ପାଇଁ ବାରମ୍ବାର ଡାକିଥିଲେ ମଧ୍ୟ ଡାକ୍ତର ରୋଗୀ ଦେଖିବା ବଦଳରେ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରସୁତି ମହିଳାଙ୍କ ସମ୍ପର୍କୀୟ । ପରେ ବାଧ୍ୟ ହୋଇ ପ୍ରସୁତି ମହିଳାଙ୍କୁ ନେଇ ତାଙ୍କ ସ୍ୱାମୀ ଘରୋଇ ନର୍ସିଂହୋମ ରେ ଦେଖାଇବା ପରେ ଶିଶୁଟି ମରି ଯାଇଥିବା ଜାଣିବାକୁ ପାଇଥିଲେ। ଏହା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking