16.1 C
Bhubaneswar
Saturday, December 27, 2025
Homeଓଡିଶାକନ୍ଧମାଳ ଜିଲ୍ଲାର ସାଂଗଠନିକ ସମ୍ମିଳନୀ, ଜିଲ୍ଲାର ନେତୃମଣ୍ଡଳୀ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ: ନବୀନ

କନ୍ଧମାଳ ଜିଲ୍ଲାର ସାଂଗଠନିକ ସମ୍ମିଳନୀ, ଜିଲ୍ଲାର ନେତୃମଣ୍ଡଳୀ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ: ନବୀନ

ଭୁୁବନେଶ୍ୱର, : ଶଙ୍ଖ ଭବନରେ ଆୟୋଜିତ କନ୍ଧମାଳ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଚକ୍ରପାଣୀ କହଁର, ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ରାଜୀବ ପାତ୍ର, ଦୁଗୁନୀ କହଁର, ବରିଷ୍ଠ ନେତା କମଳା ପାଣ୍ଡେ, ସରୋଜ କର୍ଣ୍ଣ, ଜୟଶ୍ରୀ କହଁର, ପ୍ରମୋଦ କୁମାର ସାହୁଙ୍କ ସମେତ ନିର୍ବାଚିତ ପ୍ରତିନିଧିବୃନ୍ଦ ଯୋଗ ଦେଇ ଦଳୀୟ ସଂଗଠନ ସଂପର୍କରେ ମତାମତ ପ୍ରଦାନ କରିଥିଲେ।ା
କନ୍ଧମାଳ ଜିଲ୍ଲାର ନେତୃମଣ୍ଡଳୀ ତାଙ୍କ ଅଭିଭାଷଣରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଗତ ନିର୍ବାଚନରେ ଦଳର କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ବିଜେପିର ମିଛ ପ୍ରଚାର ଯୋଗୁ ଆମେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କଲେ ମଧ୍ୟ ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କଲେ। ଆଗାମୀ ଦିନରେ ସାଙ୍ଗଠନିକ ତ୍ରୁଟିକୁ ସଂଶୋଧନ କରି ଦଳ କିଭଳି ମଜଭୁତ ହୋଇପାରିବ ସେ ସଂପର୍କରେ ବିସ୍ତୃତ ପ୍ରସ୍ତାବ ଦେଇଥିଲେ।
ଏହି ସଭାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଲେ, “ଆପଣମାନେ ବହୁ ପରିଶ୍ରମ କରିବା ସତ୍ତ୍ୱେ ଦଳ ଜିଲ୍ଲାରେ ଆଶାନୁରୂପ ପ୍ରଦର୍ଶନ କରିପାରିଲା ନାହିଁ। ଖୁବ କମ୍ ବ୍ୟବଧାନରେ ଆମକୁ ଦୁଇଟି ଆସନରେ ପରାଜୟବରଣ କରିବାକୁ ପଡିଲା। କନ୍ଧମାଳ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି। ଆପଣମାନଙ୍କ ସହ ଅଛି ଏବଂ ଆଗାମୀ ଦିନରେ ମୁଁ କନ୍ଧମାଳ ଜିଲ୍ଲା ଗସ୍ତ କରିବି। ଜିଲ୍ଲାର ନେତୃମଣ୍ଡଳୀ ଏକ ହୋଇ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ ଏବଂ ବିଜେପି ସରକାରର ବିଫଳତାକୁ ଲୋକଲୋଚନକୁ ଆଣନ୍ତୁ। ବର୍ଷା ଛାଡିଲେ ଆପଣମାନଙ୍କ ଅନୁରୋଧକୁ ରକ୍ଷା କରି ମୁଁ ଆପଣଙ୍କ ଅଞ୍ଚଳକୁ ଯିବି”।
ଏହିସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ “କନ୍ଧମାଳ ଜିଲ୍ଲାରେ ଆଜି ବି ବିଜୁ ଜନତା ଦଳ ଏବଂ ଆମ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି। ତୃଣମୂଳ ସ୍ତରରୁ ଏକତାବଦ୍ଧ ଭାବେ ସମସ୍ତେ କାମ କଲେ ଆମାଗୀ ପଞ୍ଚାୟତ ନିର୍ବାଚନରେ ଦଳ ସଫଲତା ହାସଲ କରିପାରିବ”।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking