27.1 C
Bhubaneswar
Saturday, April 4, 2026
Homeଓଡିଶାକର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ...

କର୍କଟ ରୋଗୀଙ୍କ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ରେ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ପ୍ରଦାନ

ବ୍ରହ୍ମପୁର,  : କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ (ଶୀତଳାପଲ୍ଲୀ କ୍ୟାମ୍ପସ)ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ସପ୍ତାହରେ ଦୁଇ ଦିନ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜନ କରାଯିବ । କର୍କଟ ବିଶେଷଜ୍ଞ ଏବଂ ସର୍ଜନମାନଙ୍କ ଠାରୁ ଏହି ଚିକିତ୍ସାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଯଥାକ୍ରମେ ମେଡିକାଲ୍ ଓ ସର୍ଜିକାଲ୍ ଅଙ୍କୋଲୋଜି ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ରୋଗ ନିରୂପଣ ଓ ଚିକିତ୍ସା ରୋଗୀମାନଙ୍କୁ ପ୍ରଦାନ କରାଯିବ । ଏହି ରୋଗର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ବନ୍ଧୀୟ ସୁବିଧା ବିଷୟରେ ମଧ୍ୟ ପରାମର୍ଶ ଦିଆଯିବ ।
ହସ୍ପିଟାଲ୍‌ର ଅତ୍ୟାଧୁନିକ କର୍କଟ ଜନିତ ଚିକିତ୍ସା ସୁବିଧା ବ୍ୟବହାର କରାଯାଇ କେମୋଥେରାପି ସେସନ୍ ମଧ୍ୟ ଏହି ଶିବିରରେ ପ୍ରଦାନ କରାଯିବାର ଯୋଜନା ରହିଛି ।
ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଏହି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବାର ସୁବିଧା ଉଠାଇବା ସହ ଉପଯୁକ୍ତ ସମୟରେ କର୍କଟ ରୋଗୀଙ୍କର ଚିକିତ୍ସା କରାଇବା ପାଇଁ ଆହ୍ୱାନ ଦେଇଛନ୍ତି । କାରଣ ପ୍ରାଥମିକ ସ୍ତରରେ ରୋଗ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ହେଲେ ରୋଗୀ ସୁସ୍ଥ ହୋଇପାରିବ ।
ଏହି ଚିକିତ୍ସାର ଲାଭ ଉଠାଇବା ପାଇଁ ରୋଗୀମାନେ ୯୧-୬୮୧୧୨୭୫୭୭୭ କିମ୍ବା ୯୧-୬୮୧୧୨୭୭୭୭୭ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking