27.1 C
Bhubaneswar
Saturday, September 28, 2024
Homeଖେଳଏଏଫ୍‌ସି ଏସିଆନ୍ କପ୍ ଅଣ୍ଡର-୨୦ କ୍ୱାଲିଫାୟର୍ସ; ମଙ୍ଗୋଲିଆ ବିପକ୍ଷ ବିଜୟରୁ ଭାରତର ଅଭିଯାନ

ଏଏଫ୍‌ସି ଏସିଆନ୍ କପ୍ ଅଣ୍ଡର-୨୦ କ୍ୱାଲିଫାୟର୍ସ; ମଙ୍ଗୋଲିଆ ବିପକ୍ଷ ବିଜୟରୁ ଭାରତର ଅଭିଯାନ

ନୂଆଦିଲ୍ଲୀ:  ଭାରତ ୪-୧ ଗୋଲ୍‌ରେ ହରାଇ ବୁଧବାର ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍ସରେ ଅଭିଯାନ ଆରମ୍ଭ କରିଛି । ଲାଓସ୍‌ର ଭିଏଣ୍ଟିଆନ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ମାଙ୍ଗ୍‌ଲେନ୍ଥାଙ୍ଗ୍ କିପ୍‌ଗେନ୍ ଦୁଇଟି ଗୋଲ୍ କରିଥିବା ବେଳେ କେଲ୍‌ଭିନ୍ ସିଂହ ଓ କୋରୋଉ ସିଂହ ଥିଙ୍ଗୁଜାମ୍ ଅନ୍ୟ ଦୁଇଟି ଗୋଲ୍ ସ୍କୋର୍ କରି ଗ୍ରୁପ୍‌-ଜି’ରେ ଭାରତକୁ ୩ ପଏଣ୍ଟ ହାସଲ କରିଛନ୍ତି । ମ୍ୟାଚ୍‌ର ୨୦ତମ ମିନିଟ୍‌ରେ କେଲ୍‌ଭିନ୍ ପ୍ରଥମ ଗୋଲ୍ କରି ଭାରତକୁ ୧-୦ରେ ଅଗ୍ରଣୀ କରିଥିଲେ । ତେବେ ହାଫ୍‌ଟାଇମ୍ ପୂର୍ବରୁ ମଙ୍ଗୋଲିଆ ଏହାକୁ ଶୁଝାଇ ଦେଇଥିଲା । ହାଫ୍‌ଟାମ୍ ପରେ କିପ୍‌ଜେନ୍ ତିନି ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ କରି ଭାରତକୁ ୩-୧ର ସହଜ ଅଗ୍ରଣୀ ପ୍ରଦାନ କରିଥିଲେ । ୮୬ତମ ମିନିଟ୍‌ରେ କୋରୋଉ ଚତୁର୍ଥ ଗୋଲ୍ କରି ଭାରତକୁ ବିଜୟୀ କରାଇଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ଶୁକ୍ରବାର ଇରାନ୍‌କୁ ଭେଟିବ । ଗ୍ରୁପ୍‌ର ଶୀର୍ଷସ୍ଥାନୀୟ ଟିମ୍ ଆସନ୍ତାବର୍ଷ ଚୀନ୍‌ରେ ହେବାକୁ ଥିବା ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ୫ ଶ୍ରେଷ୍ଠ ର‌୍ୟାଙ୍କ୍‌ର ଟିମ୍ ମଧ୍ୟ ଫାଇନାଲ୍‌ରେ ପ୍ରବେଶ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking