13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶନେତନ୍ୟାହୁଙ୍କ ସେନାର ରକ୍ତାକ୍ତ ଅଭିଯାନ : ଲେବାନନ ଉପରେ ଖେଳାଇଲା ଆତଙ୍କ

ନେତନ୍ୟାହୁଙ୍କ ସେନାର ରକ୍ତାକ୍ତ ଅଭିଯାନ : ଲେବାନନ ଉପରେ ଖେଳାଇଲା ଆତଙ୍କ

ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ସୀମାରେ ଇରାନର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲା ସହ ବେଞ୍ଜାମିନ ନେତନ୍ୟାହୁଙ୍କ ସେନାର ରକ୍ତାକ୍ତ ଲଢେଇ ଚାଲିଛି । ଉଭୟଙ୍କ ମଧ୍ୟରେ ଜାରି ସଂଘର୍ଷରେ ଆଉ ଏକ ବଡ଼ ମୋଡ ଆସିଛି । ଇସ୍ରାଏଲ ଦ୍ୱାରା କରାଯାଇ ଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ହିଜବୁଲ୍ଲାର ଜଣେ ମୁଖ୍ୟ ରକେଟ୍ ଡିଭିଜନ କମାଣ୍ଡର ଇବ୍ରାହିମ୍ କୁବୈସିଙ୍କ ମୃତ୍ୟୁ ହୋଇଛି । ଲେବାନନର ସୁରକ୍ଷା ସୂତ୍ରାନୁସାରେ , ଏହି ହମଲାରେ ମୋଟ ୬ଜଣ ଲୋକଙ୍କ ଜୀବନ ଯାଇଛି ,ଯେଉଁଥିରେ ଇବ୍ରାହିମ୍ କୁବୈସି ମଧ୍ୟ ସାମିଲ ଥିଲେ ।

ଏହି ହମଲା ବେରୁଟର ଦକ୍ଷିଣ ଉପନଗରରେ ହୋଇଛି । ଯେଉଁଠି ହିଜବୁଲ୍ଲାର ପ୍ରଭାବ ଅଧିକ ରହିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ମଙ୍ଗଳବାର ଲେବାନନରେ ଶିୟା ସଂପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ହିଜବୁଲ୍ଲାର ଅନେକ ଠିକଣା ଉପରେ ଟାର୍ଗେଟ୍ କରି, ହମଲା ଆରମ୍ଭ କରିବାକୁ ଘୋଷଣା କରିଛି । ଏହି ବିଷୟରେ ଦର୍ଶାଇ ଆଇଡିଏଫ୍ ଟେଲିଗ୍ରାମ୍‌ରେ ଲେଖିଛି, ଆଇଡିଏଫ୍ ବର୍ତ୍ତମାନରେ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ସହ ସମ୍ୱନ୍ଧିତ ଆତଙ୍କୀ ଠିକଣା ଉପରେ ହମଲା କରୁଛି । ସେପଟେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଏବେସୁଦ୍ଧା ୫୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି, ଏଥିରେ ୫୦ ଜଣ ପିଲା ଓ ୯୪ ଜଣ ମହିଳା ଅଛନ୍ତି । ଏହା ବ୍ୟତୀତ ୧,୮୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହଜାର ହଜାର ଲୋକ ସୁରକ୍ଷିତ ସ୍ଥାନ ତଲାସରେ ପଳାୟନ କରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking