27.1 C
Bhubaneswar
Tuesday, September 24, 2024
Homeଓଡିଶାବିଂଝାରପୁର ବ୍ଲକ କପିଳା ପଞ୍ଚାୟତରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ

ବିଂଝାରପୁର ବ୍ଲକ କପିଳା ପଞ୍ଚାୟତରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଛି । ଜୋନ ସଭାପତି ସୁଶାନ୍ତ ସାମଲଙ୍କ ଅଦକ୍ଷତାରେ ଆୟୋଜିତ ଏହି ଅଭିଯାନରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦାନ କରି ଏହି ଅଭିଯାନକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜ଼ିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଓ ବିଂଝାରପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ନିରଂଜନ ବେହୁରିଆ ଯୋଗଦେଇଥିଲେ । ସେହିପରି ଭାରତୀୟ ଜନତା ପାଟିରେ ସଦସ୍ୟତା ହେବାକୁ ପରାମର୍ଶ ଦେବା ସହିତ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାର ଅଭିଯୋଗ ମଧ୍ୟ ଶୁଣିଥିଲେ ସାଂସଦ । ଏହି ଅଭିଯାନ ରେ ପଂଚାୟତ ର ବହୁ ବିଜେପି କର୍ମକର୍ତା ଯୋଗଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking