30.1 C
Bhubaneswar
Tuesday, February 3, 2026
Homeଓଡିଶାସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସହଯୋଗ କାମନା କଲେ ମୁଖ୍ୟସଚିବ

ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସହଯୋଗ କାମନା କଲେ ମୁଖ୍ୟସଚିବ

ଭୁବନେଶ୍ୱର : ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ ନିମନ୍ତେ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ବା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତ ଗଠିତ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଷ୍ଟିଅରିଂ କମିଟି)ର ପ୍ରଥମ ବୈଠକ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକରେ ଅଧ୍ୟକ୍ଷତା କରି ଡକ୍ୟୁମେସନ କିପରି ସୁବ୍ୟବସ୍ଥିତ ଭାବେ ଏବଂ ଏକ ବାସ୍ତବ ଦସ୍ତାବିଜ ହେବ ଏଥିପାଇଁ ସଂପୃକ୍ତ ସମସ୍ତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସେ ସହଯୋଗ କାମନା କରିଥିଲେ।
ଏହି ବୈଠକରେ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ ସୁରେନ୍ଦ୍ର କୁମାରଙ୍କ ସମେତ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସଦସ୍ୟ ଥିବା ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। ଏହି ଷ୍ଟିଅରିଂ କମିଟି ବୈଠକରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ଦ୍ୱାରା ପ୍ରଥମ ପର୍ଯ୍ୟାୟ ବୈଠକରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନେଇ କରାଯାଇଥିବା ରୂପରେଖ ସମ୍ପର୍କରେ ପ୍ରାରମ୍ଭିକ ଉପସ୍ଥାପନ ସହ ଆଲୋଚନା କରାଯାଇଥିଲା।
ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନ ସମୂହର ମୁକାବିଲା ପାଇଁ ଗଠିତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ମଧ୍ୟରେ ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମି , ସାମାଜିକ ଓ ମାନବ ସମ୍ବଳ ବିକାଶ , ସଂସ୍କୃତି ଓ ଐତିହ୍ୟ, ବୈଷୟିକ ଜ୍ଞାନକୌଶଳ ଓ ନବସୃଜନ ,ସୁଶାସନ ଏବଂଗ୍ରାମୀଣ ରୂପାନ୍ତରଣ ଭଳି କ୍ଷେତ୍ରରେ ଭିଜନ ଡକ୍ୟୁମେଣ୍ଟରେ ସ୍ଥାନିତ ହେବାକୁ ଥିବା କ୍ଷେତ୍ରଭିତ୍ତିକ ପ୍ରାଥମିକତା, ଲକ୍ଷ୍ୟ ଓ ରଣନୀତି ସମ୍ପର୍କରେ ରହିଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ। ଏଥି ସହିତ ସେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଏବଂ ବିଭିନ୍ନ ଅଞ୍ଚଳର ସନ୍ତୁଳିତ ବିକାଶ ପରିପ୍ରେକ୍ଷୀରେ ପରାମର୍ଶ ଦେବା ସହିତ ଦେଶ ବିଦେଶରେ ଅବଲମ୍ବନ କରାଯାଉଥିବା ବିଭିନ୍ନ କ୍ଷେତ୍ରରେ ଉତ୍ତମ ଅଭ୍ୟାସକୁ ଅନୁସରଣ କରାଯିବା ସମ୍ପର୍କରେ ମତ ରଖିଥିଲେ। ପ୍ରସ୍ତୁତି ଜାରି ରହିଥିବା ଏହି ମାର୍ଗଦର୍ଶିକା ୨୦୩୬ ସୁଦ୍ଧା ବିକଶିତ ଓଡିଶା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବା ଲକ୍ଷ୍ୟ ରଖିଛି। ଗଠିତ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ ଏବଂ ପରିଚାଳନା କମିଟି ବିଶିଷ୍ଟ ନାଗରିକ, ନାଗରିକ ସମାଜ ସଂଗଠନ, ନୀତି ନିର୍ଦ୍ଧାରକ , ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ବିଭିନ୍ନ ମାଧ୍ୟମରେ ଆଲୋଚନା, ପ୍ରସ୍ତାବ ଏବଂ ମତ ସଂଗ୍ରହ ବ୍ୟତୀତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ଏକ ୱେବ ପୋର୍ଟାଲ ଆରମ୍ଭ କରାଯିବା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking