17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଭାରତରେ ଚିହ୍ନଟ ହେଲା ଏମପକ୍ସ କ୍ଲେଡ୍‌-୧ର ପ୍ରଥମ ମାମଲା

ଭାରତରେ ଚିହ୍ନଟ ହେଲା ଏମପକ୍ସ କ୍ଲେଡ୍‌-୧ର ପ୍ରଥମ ମାମଲା

ନୂଆଦିଲ୍ଲୀ : ଯାହାକୁ ନେଇ ଭୟ ଥିଲା, ତାହା ହିଁ ହୋଇଛି। ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ଭାବେ ଏମ୍‌ପକ୍ସ କ୍ଲେଡ୍‌-୧ ଟାଇପ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ କେରଳର ମଲ୍ଲାପୁରମରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମିତ ବ୍ୟକ୍ତିଙ୍କ ବୟସ ୩୮ ବର୍ଷ ଏବଂ ସେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରୁ ଘରକୁ ଫେରିଥିଲେ। ପ୍ରକାଶ, ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସର ୨ ପ୍ରକାର ଭାରିଆଣ୍ଟ୍ ମୁଖ୍ୟତଃ ଦେଖିବାକୁ ମିଳୁଛି। ପ୍ରଥମତଃ ଏମ୍‌ପକ୍ସ କ୍ଲେଡ୍‌-୧ ଏବଂ ଦ୍ୱିତୀୟଟି ହେଉଛି ଏମ୍‌ପକ୍ସ କ୍ଲେଡ୍‌-୨। ତେବେ ଏହି ୨ ଭାରିଆଣ୍ଟ ମଧ୍ୟରୁ ଟାଇପ୍ ୧ ଅର୍ଥାତ୍ କ୍ଲେଡ୍‌-୧ ଭାରିଆଣ୍ଟ ଅତ୍ୟଧିକ ମାରାତ୍ମକ ଏବଂ ପ୍ରାଣଘାତୀ। ଏହି ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ଭାରତରେ ଏହି ଭୂତାଣୁ ଷ୍ଟ୍ରେନର ଏହା ହେଉଛି ପ୍ରଥମ ମାମଲା। ଏହା ପୂର୍ବରୁ ହିସାରର ଜଣେ ୨୬ ବର୍ଷୀୟ ଯୁବକ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍‌-୨ ଟାଇପ୍ ଏମ୍‌ପକ୍ସ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଏମପକ୍ସ କ୍ଲେଡ୍‌-୧ର ପ୍ରଥମ ମାମଲା ଭାରତରେ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking