29.1 C
Bhubaneswar
Tuesday, September 24, 2024
Homeଦେଶ ବିଦେଶମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହେଲେ ୧୯ ବର୍ଷିୟା ରିଆ ସିଂଘା

ନୂଆଦିଲ୍ଲୀ: ୧୯ ବର୍ଷିୟା ରିଆ ସିଂଘା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜେତା ହୋଇଛନ୍ତି । ଏଥିସହ ରିଆ ଗ୍ଲୋବାଲ ମିସ୍ ୟୁନିଭର୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବେ । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଫାଇନାଲରେ ବଲିଉଡ ଅଭିନେତ୍ରୀ ତଥା ୨୦୧୫ ମିସ୍ ୟୁନିଭର୍ସ ଇଣ୍ଡିଆର ଫାଇନାଲିଷ୍ଟ ଉର୍ବଶୀ ରାଉତେଲା ତାଙ୍କୁ ଏହି ମୁକୁଟ ପିନ୍ଧାଇଥିଲେ ।

ସୋସିଆଲ ମିଡିଆରେ ସମସ୍ତେ ରିୟାଙ୍କୁ ତାଙ୍କ ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅହମ୍ମଦାବାଦର ବାସିନ୍ଦା ରିଆ ଜଣେ ମଡେଲ ହେବା ବ୍ୟତୀତ ସେ ଜଣେ ଅଭିନେତ୍ରୀ ମଧ୍ୟ । ସେ ବର୍ତ୍ତମାନ ପରଫର୍ମିଂ ଆର୍ଟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହାବାଦ୍ ରିୟା ଜଣେ ଫ୍ୟାଶନ ଡିଜାଇନର୍, ଯାହାଙ୍କ ଆଧୁନିକ ଐତିହ୍ୟକୁ ସଂସ୍କୃତି ସହିତ ଯୋଡ଼ିବାର ପ୍ରତିଭା ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking