26.1 C
Bhubaneswar
Wednesday, February 4, 2026
Homeଓଡିଶାସୂର୍ଯ୍ୟ ମନ୍ଦିର ତଳେ ପ୍ରାଚୀନ କୀର୍ତ୍ତିରାଜି ସନ୍ଧାନ

ସୂର୍ଯ୍ୟ ମନ୍ଦିର ତଳେ ପ୍ରାଚୀନ କୀର୍ତ୍ତିରାଜି ସନ୍ଧାନ

କୋଣାର୍କ: ଶ୍ରୀମନ୍ଦିର ରତ୍ନଣ୍ଡାର ପରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କଳା ଭାଷ୍କର୍ଯ୍ୟର କୀର୍ତ୍ତିବହନ କରୁଥିବା ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ରେ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡର( ଜିପିଆର୍‌) ସର୍ଭେ ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)। କୋଣାର୍କ ମନ୍ଦିର ଚତୁଃପାଶ୍ୱର୍ରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବା ପୂର୍ବରୁ ଏଏସ୍‌ଆଇ ଏହି ରାଡର ସର୍ଭେ କରୁଥିବା ଜଣାପଡ଼ିଛି। ତେବେ ଏହି ରାଡର ସର୍ଭେ ସମୟରେ କୋଣାର୍କର ମନ୍ଦିର ଚତୁଃପାଶ୍ୱାର୍ରେ ପୁରାତନ କୀର୍ତ୍ତିରାଜ ପୋତିହୋଇ ରହିଥିବା ଜଣାପଡ଼ିଛି। ଦୁଇଟି ପ୍ରାଚୀନ କୀର୍ତ୍ତିରାଜି ଠାବ ହୋଇଥିବା ପ୍ରଥମ ଦିନର ସର୍ଭେରୁ ଜଣାପଡ଼ିଛି। ଆଜି ମଧ୍ୟ ଏହି ରାଡର ସର୍ଭେ କରାଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ପୁରୀ ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡଃ ଡି ବି ଗଡ଼ନାୟକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରାଡର ସର୍ଭେ କରିବା ଲାଗି ଆସିଥିବା ହାଇଦ୍ରାଦ୍‌ସ୍ଥିତ ଜାତୀୟ ଭୂ-ଭୌତିକ ଗବେଷଣା ସଂସ୍ଥା(ଏନ୍‌ଜିଆର୍‌ଆଇ)ର ଟିମ୍ ସହଯୋଗରେ କେଣାର୍କ ମନ୍ଦିର ଚତୁଃପାଶ୍ୱର୍ର ଏହି ଜିପିଆର୍ ସର୍ଭେ କରାଯାଉଛି। କୋଣାର୍କ ମନ୍ଦିରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଏହାର ଚତୁଃପାଶ୍ୱର୍ର ଭିତ୍ତିଭୂମି ବିକାଶ ଲାଗି ଅନେକ ପଦକ୍ଷେପ ନିଆଯିବାକୁ ଏଏସ୍‌ଆଇ ଚିନ୍ତା କରୁଛି। ତେଣୁ ଏଡି ବିଶ୍ୱ ଐତିହ୍ୟ କେନ୍ଦ୍ରର କୌଣସି ନିର୍ମାଣ କାର୍ଯ୍ୟ କରାଯିବା ପୂର୍ବରୁ ଏହାର ଭୂତଳର ସ୍ଥିତିକୁ ଯାଞ୍ଚ କରାଯିବା ଜରୁରୀ। ତେଣୁ ମନ୍ଦିର ସମ୍ମୁଖ ଶହେ ଫୁଟ ପରିସରରେ ଏହି ସର୍ଭେ କରାଯାଇଛି। ସୋମବାର ସଂନ୍ଧ୍ୟା ୫ଟାରୁ ଅଧିକ ସମୟ ଧରି ଏହି ରାଡର ସର୍ଭେ କରାଯାଇଥିଲା। ୧୫ ମିଟର ଭୁତଳକୁ ରେଡିଓ ୱେଭ୍ ସାହାଯ୍ୟରେ ସ୍କାନିଂ କରାଯାଇଥିଲା। କେତେ ଗଭୀରରେ କେଉଁ ଅବସ୍ଥାରେ କ’ଣ ରହିଛି ତାକୁ ଯାଞ୍ଚ କରାଯାଉଛି। କୌଣସି ମୂର୍ତ୍ତି ରହିଥିଲେ ସେ ସବୁକୁ ବାହାର କରିବା ପାଇଁ ସତର୍କତା ଅବଲମ୍ବନ କରାଯାଇଛଇ ବୋଲି ଡଃ ଗଡ଼ନାୟକ କହିଛନ୍ତି। ଦୁଇଟି ସ୍ଥାନରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡ଼ିଛି। ସେହି ସ୍ଥାନକୁ ସଫା କରାଯାଉଛି ପରେ ଖନନ କରାଯିବ। ଏହି ସର୍ଭେ କାର୍ଯ୍ୟ ଦୁଇ ଦିନ ଧରି ଚାଲିବ।

ବିଶିଷ୍ଟ ଐତିହାସିକ ଅବଦୁଲ ଫଜଲଙ୍କ ଦ୍ୱାରା ଲିଖିତ ଆଇନ୍‌-ଇ-ଆକବରୀରେ ଓ ଐତିହାସିକ ଅରବିନ୍ଦ ଚାଟ୍ଟାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକରେ ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ରେ ଆଉ ୨୭ଟି ନକ୍ଷତ୍ରଙ୍କ ଛୋଟ ଛୋଟ ମନ୍ଦିର ଥିବା ଜଣାଯାଏ। ବୋଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ମୂର୍ତ୍ତି ସବୁ ରହିଛି ଏହି ଜିପିଆର୍ ସର୍ଭେରୁ ଜଣାପଡ଼ି। ସୂର୍ଯ୍ୟମନ୍ଦିର ବେଢ଼ା ଚତୁଃପାଶ୍ୱର୍ରେ ଏବେ ବି ବହୁ ସୂକ୍ଷ୍ମ କାରୁ କାର୍ଯ୍ୟ ପ୍ରତିମୂର୍ତ୍ତି ପଡ଼ି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking