26.1 C
Bhubaneswar
Tuesday, September 24, 2024
Homeଅପରାଧନାବାଳିକା ସହ ଦୁଇଜଣ ଯୁବକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ନାବାଳିକା ସହ ଦୁଇଜଣ ଯୁବକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରାମପଂଚାୟତର ଦୁବୁଲାବେଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟର କରମ ପରବ ହେଉଥିଲା । ଗତ ୧୪ତାରିଖରେ କରମ ପରବ ଦେଖିବାକୁ ଜଣେ ବାପା-ମାଆ ଛେଉଣ୍ଡ ଆଦିବାସୀ ନାବାଳିକା ଦୁବୁଲାବେଡାକୁ ଯାଇଥିଲେ । ତେବେ ସେହି ରାତିରେ ଦୁବୁଲାବେଡା ଗ୍ରାମର ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଥାଇ ନାବାଳିକାଙ୍କ ବଳପୂର୍ବକ ଏକ ପୋଖରୀ ହିଡ ନିକଟକୁ ଟେକି ନେଇଯାଇ ଦୂଷ୍କର୍ମ କରିଥିବା ନେଇ ଆଜି ସନ୍ଧ୍ୟାରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଦୂଷ୍କର୍ମ ପରେ ଦୁଇ ଯୁବକ ତାଙ୍କୁ ଛାଡି ପଳାଇଥିଲେ । ତେବେ ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରିଛନ୍ତି । ପୀଡିତା ବର୍ତମାନ ଚିକିତ୍ସ୍ୟାଧୀନ ଅଛନ୍ତି । ଏନେଇ ଆଜି ତାଙ୍କ ସମ୍ପର୍କୀୟମାନେ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ରାଇରଙ୍ଗପୁର ଏସଡିପିଓ ଗକୁଳାନନ୍ଦ ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking