25.1 C
Bhubaneswar
Saturday, December 27, 2025
Homeଅପରାଧମସଜିଦ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ମସଜିଦ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ରାଜସ୍ଥାନ : ମସଜିଦ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ । ରାଜସ୍ଥାନରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ମସଜିଦ ଭିତରେ ୫ ବର୍ଷୀୟା ନାବାଳିକା ଦୁଷ୍କର୍ମ କରିଛନ୍ତି ମୌଲବୀଜଣକ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ମୌଲବୀଙ୍କୁ ବାନ୍ଧିଛି। ଘଟଣା ଦିନ ନାବାଳିକାଜଣକ ନିଜ ଘର ସମ୍ମୁଖରେ ଖେଳୁଥିଲେ। ନାବାଳିକାର ଘର ନିକଟରେ ମସଜିଦ ଅବସ୍ଥିତ । ଏହି ସମୟରେ ଛୁଆଟି ଏକୁଟିଆ ଥିବା ଦେଖି ମୌଲବୀଜଣକ ତାକୁ ପ୍ରଲୋଭିତ କରି ମସଜିଦ୍‌କୁ ନେଇ ଯାଇଥିଲେ। ସେଠାରେ ସେ ପିଲାଟି ସହ ଦୁଷ୍କର୍ମ କରୁଥିଲେ। ଉକ୍ତ ସମୟରେ ନାବାଳିକାଙ୍କ ମା’ ଝିଅକୁ ଖୋଜାଖୋଜି କରୁଥିବା ବେଳେ ତା’ ଚିତ୍କାର ଶୁଣିବାକୁ ପାଇଲେ। ଏହାପରେ ତୁରନ୍ତ ମସଜିଦ ଭିତରକୁ ଦୌଡ଼ିଯାଇ ସେଠାରୁ ନିଜ ଝିଅକୁ ଉଦ୍ଧାର କରିଥିଲେ। ନାବାଳିକାଙ୍କ ମା’କୁ ଦେଖି ମୌଲବୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ଏନେଇ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି। ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍‌ ଅଭିଯୁକ୍ତ ମୌଲବୀଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking