26.1 C
Bhubaneswar
Monday, September 23, 2024
Homeଓଡିଶାଆହୁରି ୫ ଦିନ ବର୍ଷିବ

ଆହୁରି ୫ ଦିନ ବର୍ଷିବ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ପାଞ୍ଚ ଦିନ ଯାଏଁ ବର୍ଷାର ସମ୍ଭାବନା ରହିଛି । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଜି ୟେଲୋ ୱାର୍ଣ୍ଣି ଜାରି କରିଛି । ଏହା ସହିତ ଏ ସବୁ ଜିଲ୍ଲା ଗୁଡିକରେ ୭ରୁ ୧୧ ଯାଏଁ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ଆସନ୍ତାକାଲି ପାଇଁ ୮ ଜିଲ୍ଲା, ୨୫ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମୟୂରଭଂଜରେ ସର୍ବାଧିକ ୫୬ ମିମି ବର୍ଷା ରେକର୍ଡ ହୋଇଛି । ସୂଚନା ଅନୁଯାୟୀ, ପୁରା ବନ୍ୟା ଛାଡିବା ମାତ୍ରେ ସରକାରୀ ରିଲିଫ କୋର୍ଡ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ସୁବର୍ଣ୍ଣରେଖା ନଦୀରେ ବନ୍ୟା କିଛି ନୂଆ ନୂହେଁ, କିନ୍ତୁ ଏବର୍ଷ ଏକାସଙ୍ଗେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଯେଉଁଭଳି ବନ୍ୟା ଆସିଲା, ତାହା ଉତ୍ତର ବାଲେଶ୍ୱରର ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲୋକଙ୍କ ଧନଜୀବନ ନଷ୍ଟ କରିଛି, କଷ୍ଟ ଅର୍ଜିତ ଚାଷ ବି ଉଜୁଡି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking