16.1 C
Bhubaneswar
Sunday, December 28, 2025
Homeଓଡିଶାହାଇକୋର୍ଟ: ଭରତପୁର ମାମଲାର ତଦନ୍ତ ଅନୁଧ୍ୟାନ କରିବେନି

ହାଇକୋର୍ଟ: ଭରତପୁର ମାମଲାର ତଦନ୍ତ ଅନୁଧ୍ୟାନ କରିବେନି

ଭୁବନେଶ୍ୱର : ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ୟାତନା ଅଭିଯୋଗ ମାମଲାରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ଏହି ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟଙ୍କ ତଦନ୍ତ ଅନୁଧ୍ୟାନର ଆବଶ୍ୟକତା ନଥିବା କୋର୍ଟ କହିଛନ୍ତି । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ ଗତକାଲି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ତେବେ ମାନ୍ୟବର ହାଇକୋର୍ଟ ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ମନା କରିଦେଇଛନ୍ତି । ଏଥିସହ ରାଜ୍ୟରେ ଥିବା ସମସ୍ତ ଥାନାର ସିସିଟିଭି ସ୍ଥିତି ସମ୍ପର୍କରେ ଜଣାଇବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସିସିଟିଭି ଅଛି କି ନାହିଁ ତାହା ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦେଶ ଦେଇଛନ୍ତି । ଯଦି ସିସିଟିଭି ନାହିଁ ତେବେ କେବେ ସୁଦ୍ଧା ସମସ୍ତ ଥାନାରେ ଲଗାଯିବ ସେ ନେଇ ହାଇକୋର୍ଟ ପଚାରିଛନ୍ତି । ଏଥିସହ ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking