28.1 C
Bhubaneswar
Sunday, September 22, 2024
Homeଅପରାଧଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ବିଶ୍ରା ଛକ ଅଞ୍ଚଳରେ ଚାଞ୍ଚଲ୍ୟ । ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ । ଗତକାଲି ପ୍ରାୟ ସଂଧ୍ୟା ସମୟରେ ବିଶ୍ରା ଛକରେ ପହଁଞ୍ଚିଥିବା ବେଳେ ଉଭୟ ନାବାଳିକାଙ୍କୁ ଜୋର ଜବରଦସ୍ତ ଦୁର୍ବୃତ୍ତ ଭୟଭୀତ କରାଇଥିଲେ ।

ଗୋଟିଏ ଅଟୋରେ ନିକଟସ୍ଥ ଏକ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ଉଭୟଙ୍କୁ ଦୁର୍ବୃତ୍ତମାନେ ଗଣ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଦୁଇ ନାବାଳିକା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଆଣି ପଚରା ଉଚୁରା କରାଯାଉଛି । ଏନେଇ ରାଉରକେଲା ଜୋନ -୨ର ଡିଏସପି ନିର୍ମଳ ଚନ୍ଦ୍ର ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking