18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଚାଲିଥିଲା ଝିଅ ଜନ୍ମଦିନ ଉତ୍ସବ, ହୃଦଘାତରେ ଟଳିପଡ଼ିଲେ ମା’

ଚାଲିଥିଲା ଝିଅ ଜନ୍ମଦିନ ଉତ୍ସବ, ହୃଦଘାତରେ ଟଳିପଡ଼ିଲେ ମା’

ଗାନ୍ଧୀନଗର : ଝିଅ ଜନ୍ମଦିନ ପାଇଁ ଖୁସିର ମାହୋଲ ଥିଲା। ଅତିଥିମାନଙ୍କ ଗହଣରେ ଜନ୍ମଦିନ ଉତ୍ସବ ବି ପାଳନ ଚାଲିଥିଲା। ହେଲେ ଏହାରି ଭିତରେ କ୍ଷଣିକ ମଧ୍ୟରେ ସବୁ ଖୁସି ପାଣିରେ ମିଳାଇଗଲା। ଉତ୍ସବ ଚାଲିଥିବାବେଳେ ହଠାତ ଟଳିପଡ଼ିଲେ ଝିଅର ମା’। କିଛି ସମୟ ମଧ୍ୟରେ ଖୁସିର ବାତାବରଣ ପାଲଟିଗଲା ଶୋକାକୂଳ ପରିବେଶରେ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଆସିଛି ଗୁଜରାଟରୁ। ଗୁଜରାଟର ଭଲସାଡ ଅଞ୍ଚଳରେ ଏକ ପରିବାରର ଜନ୍ମଦିନ ଉତ୍ସବ ପାଳନ ହେଉଥିଲା।

https://x.com/Mukeshk92294988/status/1836067171975221477?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1836067171975221477%7Ctwgr%5E7a4c1f40a5e1ec4a50fcbda7ccedd45d4238c22b%7Ctwcon%5Es1_c10&ref_url=https%3A%2F%2Fpublish.twitter.com%2F%3Furl%3Dhttps%3A%2F%2Ftwitter.com%2FMukeshk92294988%2Fstatus%2F1836067171975221477

ଷ୍ଟେଜ ଉପରେ ଝିଅକୁ ଧରି ମା’ବାପା ଛିଡ଼ା ହୋଇଥିଲେ। ଅତିଥିମାନେ ଆସି କୁନି ଝିଅକୁ ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ। ବାପା ଜଣକ ଝିଅକୁ ଧରି ଷ୍ଟେଜରୁ ଓହ୍ଲାଇବା ସମୟରେ ମା’ ପଛପଟୁ ଝିଅକୁ ନିଜ କୋଳକୁ ଆଣିବାକୁ ଉଦ୍ୟମ କରିଥିଲେ। ହେଲେ ତାହା ବି ତାଙ୍କ ଭାଗ୍ୟରେ ନ ଥିଲା। ଝିଅକୁ ଧରିବା ପୂର୍ବରୁ ସେ ଷ୍ଟେଜ ଉପରୁ ଟଳିପଡ଼ିଥିଲେ। ହଠାତ ଏପରି କ’ଣ ହେଲା କେହି କିଛି ବୁଝି ପାରିଲେ ନାହିଁ। ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking