25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସରକାରଙ୍କୁ ନିଜ ବିରୋଧରେ ସମାଲୋଚନା ଶୁଣିବାକୁ ପଡ଼ିଥାଏ: ଗଡ଼କରୀ

ସରକାରଙ୍କୁ ନିଜ ବିରୋଧରେ ସମାଲୋଚନା ଶୁଣିବାକୁ ପଡ଼ିଥାଏ: ଗଡ଼କରୀ

ନୂଆଦିଲ୍ଲୀ: ସରକାରଙ୍କୁ ନିଜ ବିରୋଧରେ ସମାଲୋଚନା ଶୁଣିବାକୁ ପଡ଼ିଥାଏ। ଏହା ହିଁ ଶାସନ ତନ୍ତ୍ରର ମୂଳ ତତ୍ତ୍ୱ। ଗଣତନ୍ତ୍ରର ରକ୍ଷା କରିବାକୁ ଶାସକମାନଙ୍କୁ ବିଭିନ୍ନ ଚିନ୍ତାଧାରା ଉପରେ ବିଚାର କରିବାକୁ ଏବଂ କାର୍ଯ୍ୟ କରିବାକୁ ହେବ। ସରକାରଙ୍କ ଧର୍ମ ସମ୍ପର୍କରେ ଏକ ଅବଧାରଣା ଦେବା ଉଦ୍ଦେଶ୍ୟରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଏପରି କହିଛନ୍ତି। ତାଙ୍କ କହିବାନୁସାରେ ଜଣେ ଶାସକ ବା ଶାସନ କଳ ନିଜର ତ୍ରୁଟିକୁ ଚିହ୍ନିବା ଏବଂ ଏହାକୁ ସଂଶୋଧନ କରିବା ପାଇଁ ସଦାସର୍ବଦା ସମାଲୋଚକମାନଙ୍କ ଦ୍ୱାରା ଘେରି ରହିବା ଉଚିତ୍‌।

ପୁଣେର ଏକ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଡ଼କରୀ କହିଛନ୍ତି, ଗଣତନ୍ତ୍ରର ପ୍ରକୃତ ପରୀକ୍ଷା ହେଉଛି ଯେତେବେଳେ ଶାସକଙ୍କୁ ନିଜ ସମାଲୋଚନା ଶୁଣିବାକୁ ପଡିଥାଏ। ଶାସକ ଏଥିରେ ଥିବା ସମସ୍ତ ମତ ଏବଂ ଆନ୍ତରିକତାକୁ ସହ୍ୟ କରିବା ଉଚିତ୍‌। ଯଦି ଗଣତନ୍ତ୍ରର ଚରମ ପରୀକ୍ଷା ହୁଏ, ତେବେ ଏହା ହେଉଛି ଯେ ଶାସକ ଯେତେ ସୁଦୃଢ଼ ହୋଇ ଥାଆନ୍ତୁ ନା କାହିଁକି ଜନସାଧାରଣଙ୍କ ସମାଲୋଚନା ଶୁଣିବାକୁ ପଡିଥାଏ। ଜଣେ ସମାଲୋଚକ ଆମର ପଡ଼ୋଶୀ ହେବା ଉଚିତ୍ ଯାହା ଦ୍ୱାରା ସେ ଆମର ତ୍ରୁଟି ଦର୍ଶାଇ ପାରିବେ। ଲେଖକ, ଚିନ୍ତକ ଏବଂ କବିମାନେ ନିର୍ଭୟରେ ନିଜର ମତ ପ୍ରକାଶ କରିବା ଉଚିତ୍ ଏବଂ ଏହା ହିଁ ସେମାନଙ୍କ ଠାରୁ ସମାଜ ଆଶା କରିଥାଏ। ସରକାର ମଧ୍ୟ ସେମାନଙ୍କ ମତାମତକୁ ସକାରାତ୍ମକ ଭାବେ ଗ୍ରହଣ କରିବା ପୂର୍ବକ ଶାସନ କାର୍ଯ୍ୟ ଚଳାଇବା ଉଚିତ୍‌।

ସୂଚନାଯୋଗ୍ୟ, ସମ୍ପ୍ରତି ଗଡକରୀ ମହାରାଷ୍ଟ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଏବଂ ଅନେକ ପ୍ରସଙ୍ଗରେ ବିବୃତି ଦେଉଛନ୍ତି। ନିକଟରେ ନାଗପୁରରେ ସେ ପରିବାରବାଦ ଏବଂ ଜାତିବାଦକୁ ନେଇ କଡ଼ା ସମାଲୋଚନା କରିଥିଲେ। ଗଡ଼କରୀଙ୍କ କହିବାନୁସାରେ ଯେଉଁ ଦିନ ଲୋକମାନେ ପରିବାରବାଦ ରାଜନୀତିକୁ ଭୋଟ୍ ନଦେବାକୁ ସ୍ଥିର କରିନେବେ, ଗୋଟିଏ ମିନିଟରେ ସବୁ ରାଜନେତା ଭଲ ହୋଇଯିବେ। ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କର ଦକ୍ଷତା ପ୍ରମାଣ କରିବା ଉଚିତ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking