27.1 C
Bhubaneswar
Thursday, February 12, 2026
Homeଓଡିଶାଟ୍ରକ୍ ଚକାତଳେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଟ୍ରକ୍ ଚକାତଳେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଢେଙ୍କାନାଳ: ସଡକ ଦୁର୍ଘଟଣାରେ ମା ‘ ସମ୍ମୁଖରେ ଚାଲିଯାଇଛି ଦୁଇ ଝିଅଙ୍କ ଜୀବନ। ଏପରି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅନ୍ତର୍ଗତ ସୁକୁଆ ବାଉତି ମନ୍ଦିର ଛକରେ। ସ୍କୁଟି ଯୋଗେ ଟ୍ୟୁସନରୁ ନିଜ ମା’ ସହିତ ଘରକୁ ଫେରୁଥିଲେ ଦୁଇ ଝିଅ। ହେଲେ ବିପରୀତ ଦିଗରୁ ଏକ ଟ୍ରକ ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ଦୁଇ ଭଉଣୀଙ୍କ ଜୀବନ ଚାଲିଯାଇଛି। ମୃତ ଶିଶୁ ଦୁଇଜଣ ଝିଅ ଓ ଉଭୟଙ୍କ ବୟସ ମାତ୍ର ୮ ଓ ୧୦ବର୍ଷ। ଉଭୟେ ପଟାମୁଣ୍ଡେଇ ଅଞ୍ଚଳର ଚନ୍ଦନ ମହାନ୍ତିଙ୍କ କନ୍ୟା। ଦୁଇ ନାବାଳିକା ନିଜ ମାମୁଁ ଘର ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀରେ ମା’ ସହିତ ରହୁଥିଲେ।

ଆଜି ସନ୍ଧ୍ୟାରେ ମା ନମିତା ଖଟୁଆ ଉଭୟଙ୍କୁ ଟ୍ୟୁସନରୁ ସାତ ମାଇଲି ଛକରୁ ସ୍କୁଟି ଯୋଗେ ବସାଇ ନିଜ ଘର ଗଣ୍ଡାନାଳୀକୁ ଫେରୁଥିଲେ। ସୁକୁଆ ବାଉତି ମନ୍ଦିର ଛକରେ ଏହି ଟ୍ରକ ତାଙ୍କ ସ୍କୁଟି କୁ ଧକ୍କା ଦେବାରୁ ମା’ ନମିତା ସ୍କୁଟିରୁ ଛିଟକି ପଡ଼ିଥିଲେ। ଫଳରେ ମା’ ନମିତା ଏହି ଦୁର୍ଘଟଣାରୁ ବଞ୍ôଚ ଯାଇଥିଲେ ହେଁ ତାଙ୍କର ଦୁଇ କନ୍ୟାଙ୍କ ଉପରେ ଟ୍ରକ ମାଡି ଯାଇଥିଲା।

ଯାହା ଫଳରେ ଦୁର୍ଘଟଣା ସ୍ଥଳରେ ଉଭୟ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୁରୁଣା କଟକ ସମ୍ବଲପୁର ରାସ୍ତା ଏପରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଥିଲେ। ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଗାଡି ଛାଡି ପଳାଇ ଯାଇଛି। ଘଟଣା ସ୍ଥଳରେ ରାସୋଳ ଥାନା ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି। ରାସ୍ତା ଅବରୋଧ ଯୋଗୁଁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ହୋଇପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking