27.1 C
Bhubaneswar
Thursday, February 12, 2026
Homeଓଡିଶାକୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାଲେଶ୍ୱର ରୁରାଲ୍ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ତାଙ୍କର ୧୭୭ ପ୍ରତିଶତ ଆୟ ବର୍ହିଭୂତ ସଂପତ୍ତି ଥିଲା ବେଳେ ସେ ଏସବୁର ସନ୍ତୋଷଜନକ ତଥ୍ୟ ପ୍ରଦାନ କରିପାରି ନଥିବାରୁ ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁକରି ଆଜି ତାଙ୍କୁ ଗିରଫ କରିଛି।

ଗତକାଲି ହରିହରଙ୍କପୈତୃକ ଘର, କାର୍ଯ୍ୟାଳୟ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀରେ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ୍ ଓ ୪ଟି ପ୍ଳଟ୍ ଓ ଦୁଇଟି ବେନାମୀ ଫ୍ଲାଟ୍ ଠାବ କରିଥିଲା ଭିଜିଲାନ୍ସ। ହରିହର ବ୍ୟାଙ୍କ ତଥା ବୀମା କମ୍ପାନୀରେରେ ୩.୭୭ କୋଟି ଟଙ୍କା ଜମା ରଖିବା ସହ ତାଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ିରହିଛି।

ଏହା ବ୍ୟତୀତ ତାଙ୍କ ଶାଳକଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଶ୍ରୀ ରାଓଙ୍କର ୫୧୦ ଗ୍ରାମର ସୁନାଗହଣା ଥିବା ବେଳେ ୧୫ ଲକ୍ଷ ଟଙ୍କାର ଘରୋଇ ଉପକରଣକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି। ହରିହର ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଥିଲା। ମାତ୍ର ଠୁଳ ସମ୍ପତ୍ତି ବାବଦରେ ସେ ସନ୍ତୋଷ ଜନକ ଉତ୍ତର ଦେଇପାରନଥିଲେ । ଫଳରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking