28.1 C
Bhubaneswar
Sunday, September 22, 2024
Homeଖେଳଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍‌; ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍‌; ୨୩ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଲାଓସ୍‌ରେ ସେପ୍ଟେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥବା ଆଗାମୀ ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ କ୍ୱାଲିଫାୟର୍ସ ପାଇଁ ସର୍ବଭାରତୀୟ ଫୁଟ୍‌ବଲ୍ ମହାଂସଘ (ଏଆଇଏଫ୍‌ଏଫ୍‌) ୨୩ ଜଣିଆ ଦଳ ଘୋଷଣା କରିଛି।

ଟିମ୍‌ରେ ପ୍ରତିଭାବାନ ଯୁବ ଖେଳାଳି ସାମିଲ ଥିବାବେଳେ ଟିମ୍ କତାର୍‌ରେ ହେବାକୁ ଥିବା ଏଏଫ୍‌ସି ଅଣ୍ଡର-୨୦ ଏସିଆନ୍ କପ୍ ଫାଇନାଲ୍ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିବ। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍‌-ଜି’ରେ ଇରାନ, ମଙ୍ଗୋଲିଆ ଏବଂ ଆୟୋଜକ ଲାଓସ୍ ସହିତ ସ୍ଥାନ ପାଇଛି। ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱାଧୀନ ଟିମ୍ ସେପ୍ଟେମ୍ବର ୨୫ରେ ମଙ୍ଗୋଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ସେପ୍ଟେମ୍ବର ୨୭ରେ ଇରାନ ଏବଂ ୨୯ରେ ଲାଓସ୍‌କୁ ଭେଟିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking