29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକିପରି ପ୍ରସ୍ତୁତ ହୁଏ ତିରୁପତି ଲଡୁ, ଜାଣନ୍ତି କି ?

କିପରି ପ୍ରସ୍ତୁତ ହୁଏ ତିରୁପତି ଲଡୁ, ଜାଣନ୍ତି କି ?

ଅମରାବତୀ: ଆସ୍ଥା ବିଶ୍ବାସର ପ୍ରତୀକ ପ୍ରଭୁ ତିରୁପତି ବାଲାଜୀ । କାଇଁ କେଉଁ ଆଡୁ ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ତିରୁମାଳା ତିରୁପତି ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରଭୁ ବାଲାଜୀଙ୍କ ଦର୍ଶନ ସହ ପ୍ରସାଦରେ ମିଳୁଥିବା ଲଡୁ ପାଇଗଲେ ଭକ୍ତର ମନ ହୁଏ କୁଣ୍ଢେମୋଟ । ଆପଣ ଜାଣନ୍ତି କି କିପରି ପ୍ରସ୍ତୁତ ହୁଏ ତିରୁପତି ବାଲାଜୀରେ ମିଳୁଥିବା ପ୍ରସାଦ ଲଡୁ । କେଉଁ କାଳରୁ ମନ୍ଦିରରେ ଚାଲି ଆସୁଛି ଲଡୁ ପ୍ରସାଦ ପ୍ରଥା ? ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାବୁ କିପରି ତିରୁପତିରେ ପ୍ରସ୍ତୁତ ହୁଏ ଲଡୁ । ତିରୁମାଳାରେ ମିଳୁଥିବା ଲଡୁ ସ୍ବତନ୍ତ୍ର । ଏପରି ଲଡୁ ହୁଏତ ଆଉ କେଉଁଠି ପ୍ରସ୍ତୁତ କରାଯାଇନପାରେ। ୧୫୦୦ରୁ ବିଂଶ ଶବ୍ଦାଦୀ ମଧ୍ୟରେ ତିରୁପତି ମନ୍ଦିରରେ ପ୍ରସାଦ ରୂପେ ଲଡୁର ପରମ୍ପରା ଆରମ୍ଭ ହୋଇଥିଲା । ସେହି ସମୟରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭୋଗ ବା ପ୍ରସାଦ ଆକାରରେ ଭକ୍ତଙ୍କୁ ଦିଆଯାଉଥିଲା । ଏପରିକି ସେ ସମୟରେ ଅନ୍ନ ପ୍ରସାଦର ବ୍ୟବସ୍ଥା ମନ୍ଦିରରେ ନଥିଲା । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଆକାରରେ ଲଡୁକୁ ଦିଆଯାଉଥିଲା ।

ବିଶ୍ବାସ ରହିଛି ଯେ ଏହାକୁ ଗ୍ରହଣ କଲେ ଭୋକ ହୁଏନି । ତେବେ ବ୍ରିଟିଶ ଅମଳରୁ ମନ୍ଦିରରେ ଲଡୁ ପ୍ରସାଦ ଆକାରରେ ଲାଗି ହେଇଆସୁଛି । ଉନବିଂଶ ଶବ୍ଦାବ୍ଦୀର ମଧ୍ୟ ବେଳକୁ ମନ୍ଦିରରେ ମିଠା ବୁନ୍ଦି ଦେବାର ପ୍ରଚଳନ ଆରମ୍ଭ ହେଲା । ପରେ ପରେ ୧୯୪୦ରେ ମିଠା ବୁନ୍ଦିରୁ ଛୋଟ ଛୋଟ ଲଡୁ ଆକାରରେ ଦିଆଗଲା । ଦିନ ପରେ ଦିନ ବଦଳିବା ପରେ ଛୋଟ ଛୋଟ ଲଡୁର ସ୍ଥାନ ଏବେ ଲଡୁ ନେଇଛି । ଲଡୁର ଅନେକ ନାଁ ରହିଛି । ଯେମିତି ସଂସ୍କୃତରେ, ଲଡ୍ଡୁକାମୁ, ଲତିକାମୁ, ଅଡ୍ଡୁକାମୁ କୁହାଯାଏ । ସେହିପରି ତେଲୁଗୁରେ ଲାଡବାମୁ, ତାମିଲରେ ଇଲାଟଟୁ, ଲଟ୍ଟୁକା ନାଁରେ ମଧ୍ୟ ଜଣାଯାଏ । କୁହାଯାଏ ଲଡୁର ବର୍ଣ୍ଣନା ୧୨ଶହ ଶବ୍ଦାଦୀରେ ‘ମନସୋଲ୍ଲାସ ଗ୍ରନ୍ଥମ୍‌’ରେ କରାଯାଇଛି । ବୁନ୍ଦିକୁ ଏକାଠି କରିବାକୁ ଲଡୁ କୁହାଯାଏ । ତିରୁପତି ମନ୍ଦିର ବକୁଳମାତାଙ୍କ ମୂର୍ତ୍ତି ଅର୍ଥାତ ଗର୍ଭଗୃହ ସାମ୍ନାରେ ଥିବା ରୋଷେଇ ଶାଳାରେ ଏହା ପ୍ରସ୍ତୁତ ହୁଏ । ରୋଷଶାଳାକୁ ପୋଟୁ କୁହାଯାଏ । ଲଡୁ ପ୍ରସ୍ତୁତ ପରେ ତାହାକୁ ବକୁଳମାତାଙ୍କ ମୂର୍ତ୍ତିଙ୍କ ପାଖକୁ ଅଣାଯାଏ । ମାତାଙ୍କୁ ପ୍ରସାଦ ଆକାରରେ ଚଢା ଯାଏ । ଏହା ପରେ ଭଗବାନଙ୍କୁ ଅର୍ପଣ କରାଯାଏ । ଏହି ଲଡୁକୁ ପ୍ରସ୍ତୁତ କରିବା ରହିଛି ସ୍ବତନ୍ତ୍ର ବିଧି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking