30.1 C
Bhubaneswar
Saturday, September 21, 2024
Homeଓଡିଶାଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆସନ୍ତା ରବିବାର ମୟୂରଭଞ୍ଜ ଗସ୍ତରେ  ଯିବେ । ଜିଲ୍ଲା ସଦର  ମହକୁମା ବାରିପଦା ଛଉ ପଡିଆ ଠାରେ ଆଗାମୀ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ  ମେଳାକୁ ମୁଖ୍ୟମନ୍ତ୍ରୀ ୨୨ ତାରିଖ ଅପରାହ୍ନରେ  ଉଦଘାଟନ କରିବେ । ଏଥି ସହିତ ଜନସାଧାରଣଙ୍କୁ  ଉଦ୍‌ବୋଧନ ଦେବାର କାର୍ୟ୍ୟକ୍ରମ ସ୍ଥିରୀକୃତ  ହୋଇଛି । ଏ ନେଇ ଜିଲ୍ଲାପାଳ ହେମକାନ୍ତ ସାୟ ତାଙ୍କ  ଏକସ୍‌ ହ୍ୟଣ୍ଡଲରେ ଟୁଇଟ୍‌ କରିଛନ୍ତି । ଛଉ ପଡ଼ିଆରେ ହେବାକୁଥିବା  ବିକାଶ ମେଳା ୨୨ ତାରିଖରୁ ଆରମ୍ଭ ହୋଇ ୨୪  ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ତିନି ଦିନରେ  ସମସ୍ତ ବିଭାଗୀୟ ଉନ୍ନତିମୂଳକ କାର୍ୟ୍ୟର  ପ୍ରଦର୍ଶନୀ ହେବା ସହିତ ବିଭିନ୍ନ ସାଂସ୍କୃତିକ ଏବଂ  ରଙ୍ଗାରଙ୍ଗ କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking