17.1 C
Bhubaneswar
Saturday, February 14, 2026
Homeଓଡିଶାଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ

ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ

ବାଲେଶ୍ୱର : ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି।  ସୂଚନା ଅନୁସାରେ ଶୁକ୍ରବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ.ଭି. ହରିହର ରାଓଙ୍କ କାର୍ୟ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ ଓ କେନ୍ଦୁଝର ଜିଲାର ୧୧ଟି ସ୍ଥାନରେ ଚଢାଉ କରାଯାଇଥିଲା।  ଏଥିରେ ୪୬.୪୫ଲକ୍ଷ ଟଙ୍କା ନଗଦ ସହ ୧କୋଟି ୧୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ତଥା ଅମାପ ସମ୍ପତ୍ତି ଠାବ କରାଯାଇଛି। ବ୍ରହ୍ମପୁର ସ୍ଥିତ ଭବାନୀପୁରରେ ଦୁଇ ମହଲା ଘର, ଭୁବନେଶ୍ୱର ପାତ୍ରପଡାରେ ଏକ ମହଲା ଘର, ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟର ୩କୋଠରି ଥିବା ଫ୍ଲାଟ୍, ଫୁଲବାଣୀ ଜିଲା ଓଲେନ୍ ବ୍ୟାଚ୍ ନଗରସ୍ଥିତ ପୈତୃକ ବାସଭବନ, ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ୟ୍ୟାଳୟ, ସରକାରୀ କ୍ୱାର୍ଟର, କେନ୍ଦୁଝରରେ ଥିବା ଗ୍ରାମ୍ୟ ନିର୍ମାଣ କ୍ୟାମ୍ପସସ୍ଥିତ ଆବାସ, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତିନଗର ସ୍ଥିତ ସଂପର୍କୀୟଙ୍କ ଘର, କେନ୍ଦୁଝର ବଳଦେବ ଜୀଉ କଲୋନୀରେ ଥିବା ସହଯୋଗୀଙ୍କ ଘର ଆଦି ୧୧ଟି ସ୍ଥାନରେ ଚଢ଼ଉ ଚାଲିଥିଲା। ଅପରାହ୍ଣରେ ଭିଜିଲାନ୍ସ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତିର ମୋଟ ମୂଲ୍ୟ ଆକଳନ କରାଯାଇଥିଲା। ବ୍ରହ୍ମପୁର ଭବାନୀପୁରରେ ୨୧୦୦ ବର୍ଗଫୁଟର ଦୁଇ ମହଲା କୋଠା, ଭୁବନେଶ୍ବର ପାତ୍ରପଡ଼ାରେ ୩୦୦୦ ବର୍ଗଫୁଟର କୋଠା, ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟରେ ୩ ବିଏଚକେ ଫ୍ଲାଟ, ଭୁବନେଶ୍ବର ଓ ବ୍ରହ୍ମପୁରରେ ୪ଟି ଉଚ୍ଚ ମୂଲ୍ୟର ଘରଡିହ ଜମି, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ, ୧କୋଟି ୧୧ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଡାକ୍ତର ଥିବା ଶଳାଙ୍କ ଘରୁ ୪୬.୪୫ଲକ୍ଷ ଟଙ୍କା, ଷ୍ଟକ୍ ଓ ମ୍ୟୁଚୁଆଲ ଫଣ୍ଡରେ ୧.୩୨କୋଟି, ୫୧୦ ଗ୍ରାମ ସୁନାଗହଣା, ୩୦୦ ଗ୍ରାମ ରୁପା ଗହଣା, ବ୍ରହ୍ମପୁର ଏସବିଆଇରେ ଗୋଟିଏ ଲକର, ଗୋଟିଏ ଚାରିଚକିଆ ଓ ଗୋଟିଏ ଦୁଇଚକିଆ ଗାଡ଼ିର ମୂଲ୍ୟାୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking