18.1 C
Bhubaneswar
Thursday, February 12, 2026
Homeଖେଳମହିଳା ଟି-୨୦ ବିଶ୍ୱକପ୍‌; ଶ୍ରୀଲଙ୍କା ଟିମ୍‌କୁ ଫେରିଲେ ଇନୋକା ରଣାୱିରା

ମହିଳା ଟି-୨୦ ବିଶ୍ୱକପ୍‌; ଶ୍ରୀଲଙ୍କା ଟିମ୍‌କୁ ଫେରିଲେ ଇନୋକା ରଣାୱିରା

କଲମ୍ବୋ: ୟୁଏଇରେ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଶୁକ୍ରବାର ୧୫ ଜଣିଆ ଶ୍ରୀଲଙ୍କା ଟିମ୍ ଘୋଷିତ ହୋଇଛି । ଚମାରୀ ଅଟାପାଟ୍ଟୁଙ୍କୁ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଥିବା ବେଳେ ଇନୋକା ରଣାୱିରାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ଇନୋକା ଶେଷଥର ପାଇଁ ଶ୍ରୀଲଙ୍କା ପକ୍ଷରୁ ୨୦୨୪ ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର ରେ ଖେଳିଥିଲେ । ଗତ ଦେଢ଼ବର୍ଷ ଧରି ଶ୍ରୀଲଙ୍କା ମହିଳା ଟିମ୍ ଉନ୍ନତ ପ୍ରଦର୍ଶନ କରିଆସୁଛି । ଟିମ୍ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ବିପକ୍ଷରେ ସିରିଜ୍ ବିଜୟୀ ହୋଇଥିବା ବେଳେ ଚଳିତ ଜୁଲାଇରେ ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଟାଇଟଲ୍ ଜିତିଛି । ଶ୍ରୀଲଙ୍କା ଟି-୨୦ ବିଶ୍ୱକପ୍‌ରେ ଅକ୍ଟୋବର ୩ରେ ପାକିସ୍ତାନ ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ ।
ଶ୍ରୀଲଙ୍କା ସ୍କ୍ୱାଡ୍‌: ଚମାରୀ ଅଟାପାଟ୍ଟୁ (କ୍ୟାପ୍‌ଟେନ୍‌), ଅନୁଷ୍କା ସଞ୍ଜୀବନୀ, ହର୍ଷିତା ମାଧବୀ, ନିଳାକ୍ଷୀକା ଡି ସିଲ୍‌ଭା, ଇନୋକା ରଣାୱିରା, ହସିନି ପରେରା, କବିଶା ଦିଲ୍‌ହାରି, ସଚିନି ନିସାନ୍‌ସାଲା, ଭିସ୍ମି ଗୁଣରତ୍ନେ, ଉଦେଶିକା ପ୍ରବୋଧନୀ, ଅଚିନି କୁଳସୁରିୟା, ସୁଗନ୍ଦିକା କୁମାରୀ, ଇନୋଶୀ ପ୍ରୀୟଦର୍ଶିନୀ, ଶଶିନୀ ଗିମ୍‌ହାନି, ଅମା କଞ୍ଚନା । ରିଜର୍ଭ ଖେଳାଳି- କୌଶିନି ନୁଥ୍ୟାଙ୍ଗନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking