31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଖାଇକୁ ଖସିଲା ବସ୍‌; ୩ ବିଏସ୍‌ଏଫ ଯବାନ ମୃତ, ୩୨ ଆହତ

ଖାଇକୁ ଖସିଲା ବସ୍‌; ୩ ବିଏସ୍‌ଏଫ ଯବାନ ମୃତ, ୩୨ ଆହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁରକ୍ଷା କର୍ମୀଙ୍କ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାତାୟତ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହି ଯାତାୟତ ବେଳେବେଳେ ସୁରକ୍ଷା କର୍ମୀଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ମଧ୍ୟ ଘାଟିରୁ ଏପ୍ରକାର ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । କିଛି ବିଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଯବାନଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଦୁର୍ଘଟଣାରେ ପ୍ରାୟ ୩୨ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଏୟାରଲିଫ୍ଟ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଡଗାଁଓର ବ୍ରେଲ ୱାଟରହେଲ ଅଞ୍ଚଳରେ ଏହି ଘଟଣା ଘଟିଛି । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିବା ୩୫ ଜଣ ବିଏସ୍‌ଏଫ୍ ଯବାନଙ୍କୁ ନେଇ ଏକ ଘରୋଇ ବସ୍ (ଭଡା ସୂତ୍ରରେ) ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା । ଆହତମାନଙ୍କୁ ବୁଡଗାଁଓ ଓ ଶ୍ରୀନଗରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି । ପ୍ରକାଶ, ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ପ୍ରଥମ ଚରଣ ଗତ ୧୮ ତାରିଖରେ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking