32.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଉତ୍ତର ଇସ୍ରାଏଲ୍‌ରେ ହିଜବୁଲ୍ଲାର ରକେଟ୍ ବର୍ଷା; ୧୪୦ରୁ ଊର୍ଦ୍ଧ୍ୱ ରକେଟ୍ ମାଡ, ବ୍ୟାପକ କ୍ଷୟକ୍ଷତି

ଉତ୍ତର ଇସ୍ରାଏଲ୍‌ରେ ହିଜବୁଲ୍ଲାର ରକେଟ୍ ବର୍ଷା; ୧୪୦ରୁ ଊର୍ଦ୍ଧ୍ୱ ରକେଟ୍ ମାଡ, ବ୍ୟାପକ କ୍ଷୟକ୍ଷତି

ଜେରୁଜେଲମ : ସଂଗଠନ ପକ୍ଷରୁ ବ୍ୟବହାର କରାଯାଉଥିବା ୱାକିଟକି, ପେଜର ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ବିସ୍ଫୋରଣ ହେବା ଏବଂ ଏଥିରେ ନିଜର ଅନେକ ସଦସ୍ୟ ପ୍ରାଣ ହରାଇବା ଘଟଣାରେ ଉତ୍‌କ୍ଷିପ୍ତ ହୋଇପଡିଛି ହିଜବୁଲ୍ଲା । ବର୍ତ୍ତମାନ ସମୟରେ ହିଜବୁଲ୍ଲା, ଇସ୍ରାଏଲ୍ ଉପରେ ପ୍ରତିଶୋଧ ପରାୟଣ ହୋଇପଡିଛି । ରିପୋର୍ଟ ଅନୁସାରେ ହିଜବୁଲ୍ଲା ପକ୍ଷରୁ ଶୁକ୍ରବାର, ଇସ୍ରାଏଲ୍‌ର ଉତ୍ତର ଭାଗରେ ରକେଟ୍ ବର୍ଷା କରାଯାଇଛି । ପ୍ରାୟ ୧୪୦ରୁ ଅଧିକ ରକେଟ୍ ମାଡ଼ କରିଛି ହିଜବୁଲ୍ଲା । ଏଥିରେ ଇସ୍ରାଏଲ୍‌ର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ସୂଚନା ମିଳିନଥିଲେ ମଧ୍ୟ ଏହାର ପରିମାଣ ଅତ୍ୟଧିକ ଥିବା ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ପେଜର ଏବଂ ୱାକିଟକି ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲା ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିବା ନେଇ ଆହ୍ୱାନ ଦେବାର ଦିନକ ପରେ ଏ ପ୍ରକାର ରକେଟ ମାଡ଼ ହୋଇଛି ।
ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଇସ୍ରାଏଲ୍ ସେନା ଗାଜା ଷ୍ଟ୍ରିପ୍‌ରେ ହମାସ ଉଗ୍ରବାଦୀ ସଂଗଠନ ସହ ଲଢ଼େଇ ଜାରି ରଖିଥିବା ବେଳେ ଏବେ ଲେବାନନ୍‌ରେ ଥିବା ହିଜବୁଲ୍ଲା ସଂଗଠନ ସହ ମଧ୍ୟ ଆମ୍ନାସାମ୍ନା ଲଢ଼େଇକୁ ଓହ୍ଲାଇଛି । ତେବେ ଏସବୁ ମଧ୍ୟରେ ହିଜବୁଲ୍ଲା ଉପରେ ଇସ୍ରାଏଲ୍ ଗୁଇନ୍ଦା ବିଭାଗ “ମାସୁଦ୍‌” ପେଜର ଏବଂ ୱାକିଟକି ବିସ୍ଫୋରଣ କରାଇବା ପରେ ହିଜବୁଲ୍ଲା ମଧ୍ୟ ପ୍ରତିଆକ୍ରମଣ କରିଛି । ହିଜବୁଲ୍ଲା ପକ୍ଷରୁ ଶୁକ୍ରବାର ହୋଇଥିବା ରକେଟ୍ ମାଡ଼ ଘଟଣାକୁ ଇସ୍ରାଏଲ୍ ମଧ୍ୟ ସ୍ୱୀକାର କରିଛି । ଶୁକ୍ରବାର ମଧ୍ୟାହ୍ନ ସମୟରେ ଲେବାନନ ସୀମାନ୍ତକୁ ଲାଗିଥିବା ଉତ୍ତର ଇସ୍ରାଏଲର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ହେଜବୁଲ୍ଲା ରକେଟ ମାଡ଼ କରିଥିଲା । କିନ୍ତୁ ଇସ୍ରାଏଲ ସେନା ଅଧିକାଂଶ ରକେଟକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରି ଦେଇଥିବା କହିଛି । ଅନ୍ୟପକ୍ଷେ ହିଜବୁଲ୍ଲା କହିବାନୁସାରେ ଇସ୍ରାଏଲର ବିଭିନ୍ନ ସ୍ଥାନକୁ କାତ୍ୟୁସ୍ ରକେଟ୍ ଦ୍ୱାରା ଟାର୍ଗେଟ କରାଯାଇଛି । ଇସ୍ରାଏଲର ଏକାଧିକ ଏୟାର ଡିଫେନ୍ସ ବେସ୍ ସମେତ ଗୋଟିଏ ମୁଖ୍ୟାଳୟରେ ରକେଟ ମାଡ କରାଯାଇଛି । ଦକ୍ଷିଣ ଲେବାନନରେ ଥିବା ଗାଁ ଓ ଘରଗୁଡ଼ିକୁ ଇସ୍ରାଏଲ ସେନା ଟାର୍ଗେଟ କରିବା ଜବାବରେ ରକେଟ ମାଡ଼ କରାଯାଇଥିବା ହିଜବୁଲ୍ଲା କହିଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଶୁକ୍ରବାର ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯିବା ପୂର୍ବରୁ ଇସ୍ରାଏଲ୍ ସେନା ପକ୍ଷରୁ ଲେବାନନ୍ ଉପରେ ଘନଘନ ଏୟାରଷ୍ଟ୍ରାଇକ୍ କରାଯାଇଛି । ଗୁରୁବାର ବିଳମ୍ବିତ ର।।ତିରେ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ଲେବାନନ୍‌ରେ ଥିବା ହିଜବୁଲ୍ଲା ଉଗ୍ରବାଦୀଙ୍କ ଆଡ୍ଡା ଉପରେ ବୋମା ମାଡ କରିଛି ଯେଉଁଥିରେ ହିଜବୁଲ୍ଲା ବ୍ୟବହାର କରୁଥିବା ଶହଶହ ରକେଟ୍ ଲଞ୍ଚର ସହ ୧୦୦୦ ବ୍ୟାରେଲ୍ ଆଦି ନଷ୍ଟ ହୋଇଯାଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି ଯେ, ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ଭିତ୍ତିଭୂମି ତଥା ସାମର୍ଥ୍ୟକୁ ହ୍ରାସ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ ମଧ୍ୟ ଇସ୍ରାଏଲ ହିଜବୁଲ୍ଳା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି କହିଛନ୍ତି । ହିଜବୁଲ୍ଲା ବିରୋଧୀ ଯୁଦ୍ଧକୁ ସେ ‘ଯୁଦ୍ଧର ନୂଆ ପର୍ଯ୍ୟାୟ’ ଭାବେ ଅଭିହିତ କରିଛନ୍ତି । ପ୍ରକାଶ, ଗତବର୍ଷ ଅକ୍ଟୋବର ୮ରୁ ଇସ୍ରାଏଲ ଗାଜାରେ ଆକ୍ରମଣ କରିବା ଦିନ ଠାରୁ ଲେବାନନ୍ ବେସିତ ହିଜବୁଲ୍ଲା ସହ ଏହାର ତିକ୍ତତା ଆରମ୍ଭ ହୋଇଛି । ଏବେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଏବେ ବିଶ୍ୱସ୍ତରରେ ହମାସ-ଇସ୍ରାଏଲ-ହିଜବୁଲ୍ଳା ଯୁଦ୍ଧକୁ ବନ୍ଦ କରିବା ନେଇ ପ୍ରୟାସ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking