34.1 C
Bhubaneswar
Friday, September 20, 2024
Homeଓଡିଶାବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

କେନ୍ଦୁଝର : ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ ଏସବିଆଇ ବ୍ୟାଙ୍କରେ ଘଟିଛି । ନିଆଁର ପ୍ରଭାବରେ ବ୍ୟାଙ୍କରେ ଥିବା ସମସ୍ତ ଜିନିଷ ଓ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଘଷିପୁରା ସ୍ଥିତ ଏସବିଆଇ ବ୍ୟାଙ୍କରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକ ଦେଖି ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଧୀରେ ଧୀରେ ନିଆଁ ବ୍ୟାଙ୍କରେ ବ୍ୟାପି ଯାଇଥିଲା । ତୁରନ୍ତ ଏହି ଖବର ଅଗ୍ନିଶମ ବାହୀନିକୁ ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ସମୟ ଚେଷ୍ଟା ପରେ ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ବ୍ୟାଙ୍କରେ ଥିବା ଆସବାବପତ୍ର ଓ କାଗଜପତ୍ର ନଷ୍ଟ ହୋଇଯାଇଥିଲା । ନିଆଁର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking