27.8 C
Bhubaneswar
Tuesday, April 14, 2026
Homeଓଡିଶାବୃଦ୍ଧାଙ୍କୁ କଚାଡି ମାରି ଦେଲା ଦନ୍ତା

ବୃଦ୍ଧାଙ୍କୁ କଚାଡି ମାରି ଦେଲା ଦନ୍ତା

ନୀଳଗିରି : ବୃଦ୍ଧାଙ୍କୁ କଚାଡି ମାରି ଦେଲା ଦନ୍ତା । ପରିସ୍ରା କରିବାକୁ ଆସି ଜଣେ ୬୧ ବର୍ଷୀୟ ବୃଦ୍ଧାଙ୍କ ଜୀବନ ଯାଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି । ନୀଳଗିରି ଥାନା ଅଧୀନ ସନ୍ତରଗଡିଆ ପଞ୍ଚାୟତ ଶ୍ରୀଦେଇପୁର ଗ୍ରାମରେ ଏହି ଘଟଣା ଘଟିଛି।ମୃତକ ଜଣକ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁଣ୍ଟି ଦେହୁରୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଭୋର ସମୟରେ ପୁଣ୍ଟି ପରିସ୍ରା ପାଇଁ ଘର ବାହାରକୁ ଆସିଥିବା ବେଳେ ହଠାତ ଏକ କୁଳଡିହା ହାତୀ ତାଙ୍କୁ ପଛପଟୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ପରେ ପରିବାର ଲୋକେ ହାତୀର ଗର୍ଜନ ଶୁଣି ବାହାରକୁ ଆସି ପୁଣ୍ଟିଙ୍କୁ ଅଚେତ ପାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking