31.1 C
Bhubaneswar
Friday, February 13, 2026
Homeଅପରାଧବିସର୍ଜନ ବେଳେ ବୁଲିଲା ଖଣ୍ଡା

ବିସର୍ଜନ ବେଳେ ବୁଲିଲା ଖଣ୍ଡା

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଶୁନ ଗଡିଆ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଭୁଜାଲି ମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଆହତ ଯୁବକ ଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅଜୁ ମୁଖି ଓ ଚୈତନ୍ୟ ମୁଖି। ଗତକାଲି ରାତିରେ ଶୁନ ଗଡିଆ ଅଞ୍ଚଳରେ ଗଣେଶ ଭସାଣି ଚାଲିଥିଲା। ରାସ୍ତାରେ ଗଛ ଡାଳ ବାଜିବାରୁ କିଛି ସମୟ ମେଢ ଅଟକି ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିଲା। ଏହି ସମୟରେ ଆସୁଥିବା ଦୁଇ ଯୁବକ ବାଇକ୍ ଧରି ଭିଡ଼ ଭିତରେ ପଶି ଯିବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ବାଇକ ଆରୋହୀ ସହ ମେଢ଼ ସହ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଖଣ୍ଡା ଓ ଭୁଜାଲିରେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ। ଉଭୟ ପକ୍ଷର ୨ଜଣ ଯୁବକ ଆହତ ହୋଇଥିଲେ। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ଉଭୟ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking