29.1 C
Bhubaneswar
Monday, February 2, 2026
Homeଓଡିଶାଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ : ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ଏଭଳି ଅଭବନୀୟ ଘଟଣା ପୁରୀ-କୋଣାର୍କ ମୁଖ୍ୟ ରାସ୍ତାର ଇକୋରିଟ୍ରିଟ୍‌ ସମ୍ମୁଖ ବାଲୁଖଣ୍ଡ ଜଙ୍ଗଲ ନିକଟରେ ଘଟିଛି। ମୃତକ ଶିମିଳି ଗାଁର କାଳନ୍ଦୀ ବୋଲି ଜଣାପଡିଛି। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ, ଶିମିଳି ପଞ୍ଚାୟତ ଶିମିଳି ଗାଁ କାଳନ୍ଦୀ ଚନ୍ଦ୍ରଭାଗା ଇକୋରିଟ୍ରିଟ୍‌ ଠାରେ ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିଲେ। ହେଲେ ବ୍ୟବସାୟ କରି ସୋମବାର କାଳନ୍ଦୀ ଘରକୁ ଫେରିନଥିଲେ। ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା। ପୋଲିସ ବହୁ ଖୋଜା ଖୋଜି କରିବା ପରେ ବାଲୁଖଣ୍ଡ ଜଙ୍ଗଲ ନିକଟରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking