25.1 C
Bhubaneswar
Friday, March 20, 2026
Homeଖେଳମହିଳା ଓ ପୁରୁଷ ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି

ମହିଳା ଓ ପୁରୁଷ ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼ ଘୋଷଣା କରିଛି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ସମାନ ପୁରସ୍କାର ରାଶି ମିଳିବ। ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଆସିସିର ଚେୟାରମ୍ୟାନ ଗ୍ରେଗ ବାର୍କଲେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ଆମ ଖେଳର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୋତେ ଖୁସି ଲାଗୁଛି ଯେ, ଆସିସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନଙ୍କୁ ବର୍ତ୍ତମାନ ସମାନ ଭାବେ ପୁରସ୍କୃତ କରାଯିବ। ସେ ଆହୁରି କହିଛନ୍ତି ଯେ, ୨୦୧୭ ବର୍ଷରେ ଆମେ ପ୍ରତି ବର୍ଷ ମହିଳାମାନଙ୍କ ଇଭେଣ୍ଟରେ ପୁରସ୍କାର ରାଶିରେ ବୃଦ୍ଧି କରିଛୁ, ଯାହାର ସ୍ପଷ୍ଟ ଲକ୍ଷ୍ୟ ସମାନ ପୁରସ୍କାର ରାଶି ପ୍ରାପ୍ତ କରିବା। ଏବେଠାରୁ ଆଇସିସି ମହିଳା କ୍ରିକେଟ ବିଶ୍ୱ କପ ଜିତିବାରେ ଆସିସି ପୁରୁଷ କ୍ରିକେଟ ବିଶ୍ୱ କପ ଜିତିବାରେ ବରାବର ପୁରଷ୍କାର ରାଶି ମିଳିବ ଏବଂ ଟ୍ୱେଣ୍ଟି-୨୦ ବିଶ୍ୱ କପ ଏବଂ ଅଣ୍ଡର-୧୯ ପାଇଁ ମଧ୍ୟ ଏହି ରାଶି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking