28.1 C
Bhubaneswar
Thursday, September 19, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“କିଛି ଲୋକ କୁହନ୍ତି ନିଜର କଷ୍ଟ ଅନ୍ୟକୁ କହିଦେଲେ ଟିକିଏ କମିଯାଏ , ହେଲେ ନିଜ କଷ୍ଟ ସମସ୍ତଙ୍କୁ କୁହନ୍ତୁ ନାହିଁ କାହିଁକିନା ସମସ୍ତଙ୍କ ଘରେ ମଲମ ନ ଥାଏ କିନ୍ତୁ ଲୁଣ ସମସ୍ତଙ୍କ ଘରେ ଥାଏ !!”

“ବୋହି ଯାଇଥିବା ପାଣି , ବାହାରି ଯାଇଥିବା କଥା , ବିତି ଯାଇଥିବା ସମୟ ଓ ଚାଲି ଯାଇଥିବା ପିଲାଦିନ ଯେତେ ଖୋଜିଲେ ବି ଜୀବନରେ ପୁନଶ୍ଚ ଫେରି ଆସେ ନାହିଁ !!”

“ଆମେ ଚାଲୁଥିବା ବେଳେ ଆମ ଦୁଇପାଦ ଭିତରେ ଅନେକ ତଫାତ ଥାଏ , ଆଗରେ ଥିବା ପାଦ ଅଭିମାନ କରେନାହିଁ କି ପଛରେ ଥିବା ପାଦ ଅପମାନ ଭାବେନାହିଁ , କାହିଁକିନା ସେମାନେ ଜାଣନ୍ତି କିଛି କ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ , ଆଉ ଏହାକୁ ହିଁ ତ ଅସଲି ଜୀବନ କୁହନ୍ତି !!”*

“ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ !!”

“ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା !!”

ଜାଣେ କେବଳ ଖାଲି ଶିକ୍ଷିତ ହୋଇ ଗଲେ ସେ ଦୁନିଆଁ ରେ ସଫଳତା ପାଇ ନ ଥାଏ l ଏ କାରଣ ଜିବନ ରେ ଶିକ୍ଷା ସହିତ ସଂସ୍କାର ର ବହୁତ ଗୁରୁତପୁର୍ଣ
ଭୂମିକା ରହି ଥାଏ l
ଯେପର୍ଯ୍ୟନ୍ତ ଆପଣ ଉପଯୋଗୀ ଲୋକ ଆପଣଙ୍କ ପଛରେ ପଡ଼ିବେ, ଆପଣଙ୍କୁ ପଚାରିବେ….

ଯେଉଁ ଦିନ ଆପଣଙ୍କ ପାଖରେ ଥିବା କାମ ସରିଯିବ ତା ପରେ କେହି ପଚାରିବେନି….
ଶ୍ରୀକୃଷ୍ଣ ଭଗବାନ ହୋଇ ମଧ୍ୟ ନିଜର ଭାଗ୍ୟ ବଦଳେଇ ପାରିଲେ ନାହିଁ….

ତାଙ୍କୁ ଚାହୁଁ ଥିଲେ ମୀରା, ସେ ଚାହୁଁ ଥିଲେ ରାଧାଙ୍କୁ, କିନ୍ତୁ ସେ ହୋଇଗଲେ ରୁକ୍ନୁମଣିଙ୍କର….

ତେଣୁ ଯାହା ଭାଗ୍ୟରେ ଅଛି ତାକୁ କେହି ବଦଳେଇ ପାରିବ ନାହିଁ….

ଅଦ୍ୟ ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୦୫ ଗତେ ପୂର୍ଣ୍ଣିମା
ନକ୍ଷତ୍ର- ଶତଭିଶା ଦିବା ଘ୦୨/୪୭ ଗତେ ପୂର୍ବଭାଦ୍ର
ଚନ୍ଦ୍ର – କୁମ୍ଭ
ଯୋଗ- ଧୃତି
କରଣ – ବାଣିଜ୍ୟ
ସୌରମାସ- କନ୍ୟା ୦୨ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୧୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୪୦
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୧୨/୦୫ ଗତେ ବାୟବ୍ୟେ
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ଓ ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
ଅଦ୍ୟ ମୃତେ ଏକ ପାଦ ଓ ଦିବା ଘ୦୨/୪୭ ଗତେ ଦ୍ଵୀ ପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା -ଦିବା ଘ୦୧/୦୮ ଗତେ ଘ୦୨/୪୨ ମଧ୍ୟେ
ବାରବେଳା – ଦିବା ଘ୦୭/୧୦ ଗତେ ଘ୦୮/୪୧ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୭ମଧ୍ୟେ ଓ ଘ୦୮/୪୨ ଗତେ ଘ୧୧/୧୬ ମଧ୍ୟେ ରାତ୍ରି ଘ୦୮/୦୬ ଗତେ ଘ୧୧/୫୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୪୫ ଗତେ ଘ୦୮/୦୩ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବିରି ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
*✧═════•❁❀❁•═════
ମେଷ
ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*
✧═════•❁❀❁•═════
ବୃଷ
ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।*

✧═════•❁❀❁•═════
ମିଥୁନ
ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

✧═════•❁❀❁•═════
କର୍କଟ
ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।*
✧═════•❁❀❁•═════
ସିଂହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*,

✧═════•❁❀❁•═════
କନ୍ୟା
ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।*
✧═════•❁❀❁•═════
ତୁଳା
ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

✧═════•❁❀❁•═════
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

✧═════•❁❀❁•═════
ଧନୁ
ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

✧═════•❁❀❁•═════
ମକର
ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*
✧═════•❁❀❁•═════
କୁମ୍ଭ
ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*
✧═════•❁❀❁•═════
ମୀନ
କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking