28.1 C
Bhubaneswar
Thursday, September 19, 2024
Homeଓଡିଶାସୁଭଦ୍ରା ଯୋଜନା ପାଇଁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର: ଡା.ଯତିନ ମହାନ୍ତି

ସୁଭଦ୍ରା ଯୋଜନା ପାଇଁ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର: ଡା.ଯତିନ ମହାନ୍ତି

– ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ
– ମା’, ଭଉଣୀଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ରାଜ୍ୟରେ ଆନୁଷ୍ଠାନିକଭାବେ ଶୁଭାରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଓଡ଼ିଶାରେ ମହିଳାମାନଙ୍କ ବିକାଶରେ ଏହି ଯୋଜନା ମୂଳପିଣ୍ଡ ହେବ । ରାଜ୍ୟରେ ବିଜେପି ସରକାର ଗଠନ କରିବାର ୧୦୦ ଦିନରେ ଅନେକ ପଦକ୍ଷେପ ନେଇଥିବାବେଳେ ଏବେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଏହି ଯୋଜନା ଲାଗୁ କରିବାକୁ ଯାଉଛି । ଗତ ସରକରାଙ୍କ ପତାରଣା ଓ ପ୍ରବଂଚନା ଯୋଗୁ ସ୍ୱୟଂସହାୟକ ଗୋଷ୍ଠୀ, ଏସ୍‌ଏଚ୍‌ଜି ନାମରେ ରାଜ୍ୟର ମା ଓ ଭଉଣୀଙ୍କୁ ଏପର୍ଯ୍ୟନ୍ତ କୌଣସି ଲାଭ ମିଳି ନାହିଁ । ସେମାନଙ୍କୁ କେବଳ ନିର୍ବାଚନରେ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିଲା । ମାତ୍ର ସେମାନଙ୍କ ଆର୍ଥିକ ସ୍ୱଚ୍ଛଳ ହୋଇପାରି ନ ଥିଲା । ରାଜ୍ୟରେ ମହିଳାମାନଙ୍କ ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ୟାରେଂଟି ଦେଇଥିଲେ । ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଏହି ଯୋଜନା ଓଡ଼ିଶାରେ ଲାଗୁ କରାଯିବ ବୋଲି ନିର୍ବାଚନ ପୂର୍ବରୁ ସେ ପ୍ରତିଶ୍ରୁତି ଦେଇଥିଲେ । ସରକାର ଗଠନ କରିବାର ଅଳ୍ପଦିନ ମଧ୍ୟରେ ବିଜେପି ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି । ମୋଦିଜୀ ତାଙ୍କ ଜନ୍ମଦିନରେ ଓଡ଼ିଶାବାସୀଙ୍କ ପାଇଁ ଭେଟି ସ୍ୱରୁପ ଏହି ଯୋଜନାକୁ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ ।

୨ଟି କିସ୍ତିରେ ମହିଳାମାନଙ୍କୁ ବାର୍ଷିକ ୧୦ହଜାର ଟଙ୍କା ଲେଖାଏ ହିସାବରେ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ହିତାଧିକାରୀଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ସହାୟତା ରାଶି ପହଂଚି ପାରିବ । କୌଣସି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବଂଚିତ ନ ହେବେ ସେନେଇ ବିଶେଷ ପଦକ୍ଷେପ ନିଆଯାଇଛି । ଏନେଇ ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ସୁବୁଠି ଉତ୍ସବମୁଖର । ବିଶେଷକରି ମା’ ଭଉଣୀମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ବିକଶିତ ଓଡ଼ିଶା ଗଠନରେ ମହିଳାମାନେ ଗୁରୁ୍‌୍‌ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବିଜେପି ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି ବୋଲି ପ୍ରଦେଶ ସାଧାରଣ ସମ୍ପାଦକ ଡା. ଯତିନ ମହାନ୍ତି କହିଛନ୍ତି । ବିଜେପି ସଂକଳ୍ପପତ୍ରରେ କରିଥିବା ପ୍ରତିଟି ସଂକଳ୍ପ ପୂରଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଆଗାମୀ ଦିନରେ ମହିଳା ଓ ରାଜ୍ୟର ବିକାଶ ପାଇଁ ଏଭଳି ଅନେକ ପଦକ୍ଷେପ ନିଆଯିବ ବୋଲି ଡା. ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking