28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଆସିବ ମାନବ ବିହୀନ ସୌର ବିମାନ

ଆସିବ ମାନବ ବିହୀନ ସୌର ବିମାନ

ବେଙ୍ଗାଲୁରୁ: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି । ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍ ବା ସୌରଚାଳିତ ବିମାନ ଉଦ୍ଭାବନ କରିଛନ୍ତି । ଏହି ସୌର ବିମାନର ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଥରେ ଚାର୍ଜ ହେଲେ ୯୦ଦିନ ପର୍ଯ୍ୟନ୍ତ ଉଡାଣ ଏହାକୁ ଅଧିକ ସ୍ୱତନ୍ତ୍ର ଭାବେ ପରିଚିତ କରାଇଛି । ତେବେ ପରୀକ୍ଷାମୂଳକ ଭାବେ ୧୦ ଘଣ୍ଟା ପାଇଁ ଏହାକୁ ସଫଳତାର ସହ ଉଡ଼ାଣ କରାଯାଇଛି । ପ୍ରକାଶ, ଏହାକୁ ବେଙ୍ଗାଲୁରୁ ସ୍ଥିତ ଏକ ଜାତୀୟ ଏରୋସ୍ପେସ୍ ଲାବୋରେଟୋରି (ଏନ୍‌ଏଏଲ୍‌) ଦ୍ୱାରା ବିକଶିତ କରାଯାଇଛି । ଏନ୍‌ଏଏଲ୍ ବୈଜ୍ଞାନିକମାନେ ଏହାକୁ ଅତ୍ୟନ୍ତ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛନ୍ତି ଯାହାକି ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ କରିବାରେ ସିଦ୍ଧହସ୍ତ ।

କେବଳ ସେତିକି ନୁହେଁ, ଏକ ନିର୍ଦ୍ଦିଷ୍ଟ ଓଜନର ଜିନିଷପତ୍ର ବହନ କରିବାକୁ ମଧ୍ୟ ଏହି ସୌର ବିମାନ ସକ୍ଷମ ଅଟେ । ମୋଟାମୋଟି ଏହି ବିମାନଟି ବାୟୁ ପ୍ରତିରକ୍ଷା ଅସ୍ତ୍ର ଭାବେ କାର୍ଯ୍ୟ କରିବ । ଏହା ହେଉଛି ଏକ ଚୌର ଚାଳିତ ସ୍ୱୟଂଶାସିତ ମାନବବିହୀନ ବିମାନ । ଯାହା ପୃଥିବୀର ୪ ମୁଖ୍ୟ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟର ସ୍ତରରେ ଉଡ଼ିବାର ସାମର୍ଥ୍ୟ ରଖୁଛି । ଏହି ସୌର ବିମାନ ୧୭-୨୦ କିଲୋମିଟର ଉଚ୍ଚତାରେ ଦିନରାତି କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ । ଏକ ପେଲୋଡ୍ ସହିତ ଏକ ଏଚ୍‌ଏପିକୁ ଏକ ଉଚ୍ଚ-ଉଚ୍ଚତା ସିଉଡୋ ସାଟେଲାଇଟ୍ ବା ଏଚ୍‌ଏପିଏସ୍ କୁହାଯାଏ । ଏନ୍‌ଏଏଲ୍‌ର ଏଚ୍‌ଏପିଏସ୍ ପ୍ରୋଗ୍ରାମ ମୁଖ୍ୟ ଡକ୍ଟର ଏଲ୍ ଭେଙ୍କଟକ୍ରିଷ୍ଣନ୍ କହିଛନ୍ତି ଯେ, ସୌର ବିମାନ ଆକାଶରେ ରହି ନଜର ରଖିବାରେ ସକ୍ଷମ । ଏହା ଏକ ସାଟେଲାଇଟ୍ ତୁଳନାରେ ବହୁତ ଶସ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking