27.1 C
Bhubaneswar
Friday, April 3, 2026
Homeଅପରାଧରୋଗୀର ମା ସହିତ ହସ୍ପିଟାଲରେ ୱାର୍ଡ ବୟ କଲା ଏମିତି କାମ

ରୋଗୀର ମା ସହିତ ହସ୍ପିଟାଲରେ ୱାର୍ଡ ବୟ କଲା ଏମିତି କାମ

କୋଲକାତା : ପୁଣି କୋଲକାତାରେ ଲଜ୍ଜାଜନକ ଘଟଣା। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅସୁସ୍ଥ ପୁଅ ପାଖରେ ଶୋଇଥିବା ମା’କୁ ଅସଦାଚରଣର । ହସ୍ପିଟାଲର ଜଣେ କର୍ମଚାରୀ ୱାର୍ଡ ଭିତରେ ହିଁ ୨୬ ବର୍ଷୀୟ ମହିଳାଙ୍କ ସହ ଏପରି କାଣ୍ଡ ଘଟାଇଛି। ମହିଳା ଜଣଙ୍କ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ କୋଲକାତାର ଇନଷ୍ଟିଚ୍ୟୁଟ ଅଫ ହେଲଥ(ଆଇସିଏଚ୍‌)ରେ ତାଙ୍କ ପୁଅର ଚିକିତ୍ସା ଚାଲିଛି। ସେ ହସ୍ପିଟାଲର ୱାର୍ଡରେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ବେଳେ ପୂରା ଘଟଣା ଘଟିଛି। ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିବା ଅଭିଯୁକ୍ତ ତନୟ ପାଲ(୨୬) ରାତି ବେଳେ ପିଲାମାନଙ୍କ ପାଇଁ ଥିବା ୱାର୍ଡରେ ପଶିଥିଲା। ଏହାପରେ ସେ ଅସୁସ୍ଥ ପୁଅ ପାଖରେ ଶୋଇଥିବା ମହିଳାଙ୍କ ପାଖକୁ ଯାଇଥିଲା। ସେ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲା। ଏଥିସହ ମହିଳାଙ୍କୁ ଉଲଗ୍ନ କରି ଦେଇଥିଲା। ଅଭିଯୁକ୍ତ ଜଣକ ପୂରା ଘଟଣାକୁ ମୋବାଇଲରେ ମଧ୍ୟ ରେକର୍ଡ କରିଥିବା ଅଭିଯୋଗରେ ମହିଳା ଜଣଙ୍କ ଦର୍ଶାଇଛନ୍ତି। ଅଭିଯୋଗ ପାଇବ ପରେ କୋଲକାତା ପୁଲିସ୍‌ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ୍‌ ଅପରାଧରେ ବ୍ୟବହାର ହୋଇଥିବା ମୋବାଇଲକୁ ଜବତ କରି ଫରେନ୍ସିକ ଯାଞ୍ଚ ପାଇ ପଠାଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking