29.1 C
Bhubaneswar
Tuesday, March 31, 2026
Homeଅପରାଧଗାରେଡ଼ି ସନ୍ଦେହ : ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ଗାରେଡ଼ି ସନ୍ଦେହ : ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ଏହି ଘଟଣା ଘଟିଛି।

ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ସମସ୍ତଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଗାଁର ୫ ଜଣ ଲୋକଙ୍କୁ ଗିରଫ କରିଛି। ଏଥିରେ ଆହୁରି କିଛି ଅଭିଯୁକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୁକମା ଏସ୍‌ପି କହିଛନ୍ତି।ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଇଟାଲ ଗାଁରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୃତ୍ୟୁ ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ଗୁଣି ଗାରେଡ଼ି ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ପରିବାର ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଆଜି ସକାଳେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଉକ୍ତ ପରିବାରର ଘରେ ପଶିଥିଲେ। ସେମାନେ ସେହି ପରିବାରର ୫ ଜଣ ସଦସ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଖବର ପାଇ କୋଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking