28.1 C
Bhubaneswar
Thursday, September 19, 2024
Homeଓଡିଶା୬ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ ଆଜି; ରାଉରକେଲା ଷ୍ଟେସନରେ ରାଜ୍ୟପାଳ ଓ ବ୍ରହ୍ମପୁର ଷ୍ଟେସନରେ...

୬ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ ଆଜି; ରାଉରକେଲା ଷ୍ଟେସନରେ ରାଜ୍ୟପାଳ ଓ ବ୍ରହ୍ମପୁର ଷ୍ଟେସନରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ 

ଭୁବନେଶ୍ୱର: ଦେଶରେ ରେଳ ଚଳାଚଳର ଆଧୁନିକୀକରଣ ଯୋଜନାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୬ଟି ‘ବନ୍ଦେ ଭାରତ’ ଟ୍ରେନର ଲୋକାର୍ପଣ କରିବେ। ଏହି ଟ୍ରେନ୍ ଗୁଡ଼ିକ ବ୍ରହ୍ମପୁର-ଟାଟା, ରାଉରକେଲା-ହାଓଡ଼ା, ଟାଟା-ପାଟନା, ଦେଓଘର-ବାରଣାସୀ, ଗୟା-ହାଓଡ଼ା ଓ ଭାଗଲପୁର-ହାଓଡ଼ା ମଧ୍ୟରେ ଚଳାଚଳ କରିବ। ଏଥିରୁ ୩ଟି ଟ୍ରେନ୍ ଓଡ଼ିଶା ଦେଇ ଚାଲିବ। ଅର୍ଥାତ୍ ଓଡ଼ିଶା ଆହୁରି ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ପାଇବ। ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଏହି ଲୋକାର୍ପଣ କରିବେ।

ତେଣୁ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଓ ବ୍ରହ୍ମପୁର ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବେ। ଏହାବ୍ୟତୀତ ୧୬ ତାରିଖରେ ମଧ୍ୟ ରାୟପୁର-ବିଶାଖାପାଟଣା-ରାୟପୁର ମଧ୍ୟରେ ଅନ୍ୟ ଏକ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ। ଏହି ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝର ଗଡ଼, ବାଂଶପାଣି ଓ ଚାଇବସା ଷ୍ଟେସନରେ ଅନ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଟ୍ରେନ୍ ଚଳାଚଳ ଶୁଭାରମ୍ଭରେ ଭାଗନେବେ। ଏହି ପ୍ରତ୍ୟେକ ଟ୍ରେନ୍ ଝାଡ଼ଖଣ୍ଡ ତଥା ଏହାର ପଡ଼ୋଶୀ ରାଜ୍ୟର ପ୍ରମୁଖ ରେଳପଥ ଦେଇ ଚଳାଚଳ କରିବ। ତେଣୁ ଟାଟା ନଗର ରେଳ ଷ୍ଟେସନରେ ରେଳବାଇ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଚାଲିବାକୁ ଥିବା ଟ୍ରେନ୍‌ଟି ଦୁଇ ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଦେଇ ଗତିକରିବ। ତେଣୁ ଉଭୟ ରାଜ୍ୟର ଲୋକମାନେ ଏହି ସବୁ ଶିଳ୍ପାଞ୍ଚଳକୁ ଯାତାୟତ କରିବାରେ ସୁବିଧା ପାଇବେ। ଆସନ୍ତାକାଲି ଏହି ଟ୍ରେନ୍‌ଟି ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁର ଷ୍ଟେସନ ଛାଡ଼ିବ ଏବଂ ତାହା ଭାୟା କେନ୍ଦୁଝର ଦେଇ ଟାଟା ନଗର ଯିବ। କିନ୍ତୁ ଆସନ୍ତା ୧୮ ଓ ୧୯ ତାରିଖ ଠାରୁ ଏହି ଟ୍ରେନ୍‌ଟି ନିୟମିତ ଚଳାଚଳ କରିବ। ଅର୍ଥାତ୍ ୧୮ ତାରିଖରେ ଟ୍ରେନ୍‌ଟି ଟାଟା ନଗରରୁ ଏବଂ ୧୯ ତାରିଖରେ ବ୍ରହ୍ମପୁରରୁ ଛାଡ଼ିବ। ନିୟମିତ ଭାବେ ଟ୍ରେନ୍‌ଟି ବ୍ରହ୍ମପୁର ଷ୍ଟେସନରୁ ଭୋର ୫ଟା ୧୫ରେ ଛାଡ଼ିବ ଏବଂ ସେହିଦିନ ୨ଟା ୫୦ରେ ଟାଟା ନଗର ଛାଡ଼ି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବ।
ବ୍ରହ୍ମପୁର ଷ୍ଟେସନରେ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ପ୍ରଥମ ଥର ପାଇଁ ବ୍ରହ୍ମପୁର ଯାଉଛନ୍ତି ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗସ୍ତକୁ ଦୃଷ୍ଟିରେ ରଖି ଷ୍ଟେସନ ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବିଧାୟକ କେ. ଅନିଲ କୁମାର। ଆସନ୍ତାକାଲି ୯ଟା ୩୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର କେ.ସି ହାଇସ୍କୁଲ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପେଡ଼ରେ ପହଞ୍ôଚବା ପରେ ସେଠାରୁ କାର ଯୋଗେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ରେଳ ଷ୍ଟେସନ ନିକଟରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବହୁ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ସାଧାରଣ ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିବେ । ଏହାପରେ ରେଳ ଷ୍ଟେସନରେ ଆୟୋଜିତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମ ନିକଟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାଂସଦ ଓ ବିଧାୟକଙ୍କ ସମେତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଉପ-ଜିଲ୍ଲାପାଳ ଦିନା ଦସ୍ତଗିର ପହଞ୍ôଚ ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ଆସନ୍ତାକାଲିର କାର୍ଯ୍ୟକ୍ରମ କିଭଳି ଶାନ୍ତିଶୃଙ୍ଖଳାର ସହ ହେବ ସେ ନେଇ ସମସ୍ତ ବ୍ୟବସ୍ଥା ବୁଲି ଦେଖିଥିଲେ।

ବ୍ରହ୍ମପୁର ଷ୍ଟେସନ୍‌ରୁ ବନ୍ଦେ ଭାରତ ଟ୍ରେନ୍ ଟାଟାନଗର ଅଭିମୁଖେ ଯାତ୍ରା କରିବ। ବନ୍ଦେ ଭାରତ ଟ୍ରେନ ହେବା ଦ୍ୱାରା କେବଳ ବ୍ରହ୍ମପୁର ନୁହେଁ ବରଂ ଦକ୍ଷିଣ ଓଡ଼ିଶାବାସୀ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁରରୁ ଭୁବନେଶ୍ୱର ଯିବାକୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। କମ୍ ସମୟ ମଧ୍ୟରେ ଏହି ଟ୍ରେନ୍ ଯୋଗେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ବୋଲି ସାଂସଦ ଓ ବିଧାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଖୁବଶୀଘ୍ର ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ ଦିଗରେ କାମ ତ୍ୱରାନ୍ୱିତ ହେବ। ଓଡ଼ିଶାର ଡବଲ ଇଞ୍ଜିନ ସରକାରଙ୍କ ସମୟରେ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିକାଶ ହେବ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking