28.1 C
Bhubaneswar
Thursday, September 19, 2024
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

“ତୁମ ପଛରେ ସମାଲୋଚନା କରୁଥିବା ଲୋକେ ସବୁବେଳେ ତୁମ ପଛରେ ରହିବେ କେବେବି ଆଗକୁ ଯାଇପାରିବେ ନାହିଁ !!”*

ଜୀବନର ଶେଷ କେଇପଦ :-*

👉”ଶେଷ ସାଥୀ – କର୍ମ !!”
👉”ଶେଷ ତ୍ୟାଗ – ନିଶ୍ଵାସ !!”
👉”ଶେଷ ଧନ – ଆଃହା !!”
👉”ଶେଷ ଯାନ – କୋକେଇ !!”
👉”ଶେଷ ଧନି – ରାମନାମ ସତ୍ୟ ହେ !!”
👉”ଶେଷ ନିଦ୍ରା — ଜୁଇ !!”
👉”ଶେଷ ବାସ – ଶ୍ମଶାନ !!”

“ଦୀପ ତାର ପରିଚୟ କହେ ନାହିଁ କେବଳ ପ୍ରକାଶ କରେ ଠିକ ସେହିପରି ନିଜ ପରିଚୟ କାହାକୁ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ । ସଠିକ୍ କର୍ମ କରିଚାଲ ଦେଖିବ ତାହା ହିଁ ନିଜର ପରିଚୟ ହେବ !!”*

“ବାରମ୍ବାର ଅସମ୍ମାନିତ ହେବାପରେ ବି ଯିଏ ତୁମ ସହ ଯୋଡ଼ି ହୋଇ ରୁହେ ଜରୁରୀ ନୁହଁ କି ସେ ନିର୍ଲଜ ହେଇଥିବ । ହେଇପାରେ ତା’ର ଜୀବନରେ ତୁମର ସ୍ଥାନ ତା’ର ସମ୍ମାନ ଠୁ ବି ଅଧିକ ହୋଇଥିବ !!”*

“ବୋକା ଲୋକ ଧୋକା ଖାଏ ସତ ଲୋକ କଷ୍ଟ ପାଏ ସରଳ ଲୋକ ଆଘାତ ପାଏ ଆଉ ସ୍ଵାର୍ଥପର ଲୋକ ଖୁସିରେ ଜୀବନ କଟାଏ !!”*

“କାହାକୁ ଧୋକା ଦେବା ବହୁତ ସହଜ , କିନ୍ତୁ ସେଇ ଧୋକାକୁ ନିଜେ ସାହିବା ବହୁତ କଷ୍ଟ !!”
ଭଲ ହେଇଛି ଆଇନା ରେ କେବଳ ଚେହେରା ଦେଖା ଯାଉଛି….

ଯଦି ନିଜ ଚରିତ୍ର ଦେଖା ଯାଇଥାନ୍ତା ଅନେକ ଆଇନା ଦେଖିବା ଛାଡ଼ି ଦେଇଥାନ୍ତେ….

ଅଦ୍ୟ ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୪ ମସିହା(ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଭାଦ୍ରବ ମାସ- ଶୁକ୍ଳପକ୍ଷ
ତିଥି- ଦ୍ୱାଦଶୀ ସନ୍ଧ୍ୟା ଘ୦୬/୩୧ ଗତେ ତ୍ରୟୋଦଶୀ
ନକ୍ଷତ୍ର- ଶ୍ରବଣ। ରାତ୍ରି ଘ୦୭/୪୪ ଗତେ ଧନିଷ୍ଟା
ଚନ୍ଦ୍ର – ମକର
ଯୋଗ- ଅତିଗଣ୍ଡ
କରଣ – ବବ
ସୌରମାସ- ସିଂହ ୩୧ ଦିନ
ଅଦ୍ୟ ସୁନିଆଁ ଓ ବାମନ ଜନ୍ମ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୪୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୨୦
*✧═════•❁❀
ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୬/୩୧ଗତେ ଦକ୍ଷିଣେ
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ସିଂହ ରାଶିର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
ଅଦ୍ୟ ମୃତେ ଦ୍ଵିପାଦ ଦୋଷ ଓ ସନ୍ଧ୍ୟା ଘ୦୬/୩୧ଗତେ ଏକ ପାଦ ପୁଷ୍କର ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୧୨ ଗତେ ଘ୦୧/୧୫ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୭ ଗତେ ଘ୦୮/୫୦ ମଧ୍ୟେ ଓ ଘ୦୧/୧୬ ଗତେ ଘ୦୩/୧୬ ମଧ୍ୟେ ରାତ୍ରି ଘ୦୮/୦୮ ଗତେ ଘ୦୯/୪୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୩ଗତେ ଘ୦୪/୫୨ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଇ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ*
✧═════•❁❀❁•═════
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।*
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।*
✧═════•❁❀❁•═════
କର୍କଟ:
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
✧═════•❁❀❁•═════
ସି˚ହ:
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*
✧═════•❁❀❁•═════
କନ୍ୟା:
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
✧═════•❁❀❁•═════
ତୁଳା:
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
✧═════•❁❀❁•═════
ବିଛା:
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।*
✧═════•❁❀❁•═════
ଧନୁ:
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
✧═════•❁❀❁•═════
ମକର:
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ* ।
✧═════•❁❀❁•═════
*କୁମ୍ଭ:
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।*
✧═════•❁❀❁•═════
ମୀନ:
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking