28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଚାଞ୍ଚଲ୍ୟ : ହୋଟେଲରେ ଜଳିଗଲେ ଯୁବତୀ

ଚାଞ୍ଚଲ୍ୟ : ହୋଟେଲରେ ଜଳିଗଲେ ଯୁବତୀ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣେ ଯାଇଥିଲେ ସହରରେ ଥିବା ଏକ ହୋଟେଲକୁ । ହୋଟେଲଟି ଥିଲା ରାଉରକେଲା ଷ୍ଟେସନ ରୋଡରେ । ସେଠାରେ ଉଭୟ ଏକ ରୁମ ନେଇଥିଲେ । କିନ୍ତୁ ପଛରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠି ତାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ସୂଚନା ମୁତାବକ, ମୃତ ଯୁବତୀ ରାଉରକେଲ ଷ୍ଟେସନ ନିକଟରେ ଥିବା ଏକ ହୋଟେଲକୁ ନିଜ ଜଣେ ବନ୍ଧୁଙ୍କ ସହ ଯାଇଥିଲେ । ଉଭୟ ହୋଟେଲକୁ ଯିବା ସମୟରେ ବେଶ ଖୁସି ଥିଲେ । ହୋଟେଲରେ ପହଞ୍ଚି ଏକ କୋଠରୀ ନେଇଥିଲେ ଓ ଆଗପଛ ହୋଇ କୋଠରୀକୁ ଚାଲିଯାଇଥିଲେ । କିଛି ଘଣ୍ଟା ପରେ ରୁମରୁ ଧୂଆଁ ବାହାରିବା ଦେଖି ହୋଟେଲ କର୍ମଚାରୀ ରୁମର କବାଟ ଭାଙ୍ଗି ଦେଖନ୍ତି ତ ଯୁବତୀଙ୍କ ଦେହରେ ନିଆଁ ଲାଗିଯାଇଛି । ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ହୋଟେଲ କର୍ମଚାରୀ ଯୁବତୀଙ୍କୁ କାଳବିଳମ୍ବ ନ କରି ନିକସ୍ଥ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠି ପୋଡା ଜଳା ପାଇଁ ସେମିତି କିଛି ସୁବିଧା ନ ଥିବାରୁ ଓ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଆଇଜିଏଚ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ଯୁବତୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୋଟେଲ କର୍ମଚାରୀଙ୍କ ସୂଚନା ଆଧାରରେ ପୋଲିସ ହୋଟେଲରେ ପହଞ୍ଚି ତଦନ୍ତ କରିବା ସହ ଯୁବତୀଙ୍କ ମୃତଦେହ ଜବତ କରିଛି । କର୍ମଚାରୀଙ୍କ ମୁତାବକ, ନିଆଁ ଲାଗିଥିବା ରୁମରୁ କିରୋସିନ ଗନ୍ଧ ଆସୁଥିଲା । କେମିତି ହୋଟେଲ ରୁମକୁ କିରୋସିନ ଆସିଲା, କଣ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ତାକୁ ନେଇ ପୋଲିସ ତଦନ୍ତ କରୁଛି । ସେପଟେ ଘଟଣା ପରେ ଯୁବତୀଙ୍କ ପରିବାର ଲୋକେ ଉକ୍ତ ଯୁବକଙ୍କ ନାଁରେ ଆଣିଛନ୍ତି ହତ୍ୟା ଅଭିଯୋଗ । ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking