28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଝିଅର ଜୀବନ ନେଲା ମାଆ

ଝିଅର ଜୀବନ ନେଲା ମାଆ

ବେଙ୍ଗାଲୁରୁ: ପରୀକ୍ଷା ଫଳାଫଳକୁ ନେଇ ନିଜ ଜନ୍ମିତ ଝିଅର ଜୀବନ ନେଲା ମାଆ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ନିକଟବର୍ତ୍ତୀ ବନଶଙ୍କରୀ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ । ପିୟୁସି (ପ୍ରି- ୟୁନିଭର୍ସିଟି କୋର୍ସ) ପରୀକ୍ଷାରେ ଝିଅ ଫେଲ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିବା ବେଳେ ଝିଅକୁ ହତ୍ୟା କରିଛି ମାଆ । ଅନ୍ୟପଟେ ମାଆ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମାଆଙ୍କ ନାଁରେ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି । ଶାସ୍ତ୍ରୀନଗର ଅଞ୍ଚଳରେ ୬୦ ବର୍ଷାୟୀ ପଦ୍ମଜା ତାଙ୍କର ୧୬ ବର୍ଷୀୟା ଝିଅ ସହିତି ସହ ଗୋଟିଏ ଘରେ ରହୁଥିଲେ ।

କିଛି ଦିନ ତଳେ ସହିତିର ପିୟୁସି (ପ୍ରି- ୟୁନିଭର୍ସିଟି କୋର୍ସ) ରେଜଲ୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ସହିତି ଫେଲ ହୋଇଯାଇଥିଲେ । ଯାହାକୁ ନେଇ ମା ପଦ୍ମଜା ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ମାଆ ଝିଅଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ଲାଗି ରହୁଥିଲା । ତେବେ ସୋମବାର ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଏହି ଘଟଣାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା ।

ଶେଷରେ ଏହା ଉଗ୍ର ରୂପ ଧାରଣ କରିଥିଲା । କ୍ରୋଧାନ୍ୱିତ ହୋଇ ଉଭୟ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ମାଆର ଛୁରାମାଡରେ ସହିତିର ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପଦ୍ମଜାଙ୍କ ଉପରକୁ ସାହିତି ଆକ୍ରମଣ କରିଥିବା ବେଳେ ପଦ୍ମଜାଙ୍କ ଶରୀରରେ ପାଖାପାଖି ୪ରୁ ୫ ଟି କ୍ଷତ ସ୍ଥାନ ଥିବା ଦେଖିବାକୁ ମିଳିଛି । ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking