21.1 C
Bhubaneswar
Wednesday, February 4, 2026
Homeଅପରାଧଦୋକାନ ମାଲିକଙ୍କୁ ଗୁଳିକରି ହତ୍ୟା

ଦୋକାନ ମାଲିକଙ୍କୁ ଗୁଳିକରି ହତ୍ୟା

ଉତ୍ତରପ୍ରଦେଶ : ଦୋକାନ ମାଲିକଙ୍କୁ ଗୁଳିକରି ହତ୍ୟା । ସିଗାରେଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଏଭଳି ଅଘଟଣ ଘଟିଛି । ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ବିରନଥିପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ପୁଲିସ ସୂଚନା ଅନୁସାରେ, ଶରଦା ଯାଦବ ନାମକ ଉକ୍ତ ଦୋକାନୀ ଗୁରୁବାର ବିଳମ୍ବିତ ରାତିରେ ନିଜ ଦୋକାନ ବାହାରେ ଶୋଇଥିଲେ। କିଛି ଯୁବକ ବାଇକରେ ଆସି ତାଙ୍କୁ ଉଠାଇ ଦୋକାନ ଖୋଲି ସିଗାରେଟ ଦେବାକୁ କହିଥିଲେ। କିନ୍ତୁ ଚାବି ଘର ଭିତରେ ରହିଯାଇଛି ଏବଂ ସେ ମଧ୍ୟରାତ୍ରିରେ ଦୋକାନ ଖୋଲି ସିଗାରେଟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଯୁବକମାନେ ରାଗିଯାଇ ଶାରଦାଙ୍କ ବେକକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଚାଲିଆସିଥିଲେ। ସେତେବେଳକୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଲାଇଥିଲେ। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking