15.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶହୃଦ୍‌ଘାତରେ ସର୍ବଶକ୍ତିମାନ ବଡିବିଲ୍ଡର୍‌ଙ୍କ ମୃତ୍ୟୁ

ହୃଦ୍‌ଘାତରେ ସର୍ବଶକ୍ତିମାନ ବଡିବିଲ୍ଡର୍‌ଙ୍କ ମୃତ୍ୟୁ

ଲଣ୍ଡନ: ବିଶ୍ୱର ସର୍ବଶକ୍ତିମାନ ବଡିବିଲ୍ଡର ଭାବେ ପ୍ରସିଦ୍ଧ ଇଲିୟା ‘ଗୋଲେମ’ ୟେଫିମାଚିକ୍‌ଙ୍କୁ ହୃଦ୍‌ଘାତରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ହେବାପରେ ସେପ୍ଟେମ୍ବ ୬ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କୋମାକୁ ଚାଲିଯାଇଥିଲେ ଏବଂ କିଛିଦିନ ପରେ ସେପ୍ଟେମ୍ବର ୧୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ଡେଲି ମେଲ୍ ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଇଛି, ହାର୍ଟ ଆଟାକ୍ ପରେ ଆମ୍ବୁଲାନ୍ସର ଅପେକ୍ଷା କରିବା ଅବସରରେ ତାଙ୍କ ପତ୍ନୀ ଏନା ଛାଡ଼ିକୁ କମ୍ପ୍ରେସ୍ ମଧ୍ୟ କରିଥିଲେ। ପରେ ତାଙ୍କ ହେଲିକପ୍ଟରରେ ହସ୍ପିଟାଲ୍ ନିଆଯାଇଥିଲା।
ଇଲିୟା କେବେ ବି କୌଣସି ପ୍ରଫେସନାଲ୍ ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରିନଥିଲେ। ତେବେ ଏହି ବେଲାରୁଷ ବଡିବିଲ୍ଡର୍‌ଙ୍କର ସୋସିଆଲ୍ ମିଡିଆରେ ଫ୍ୟାନ୍ ଫଲୋଇଙ୍ଗ୍ ବହୁ ଅଧିକ ଥିଲା। ସେ ନିୟମିତ ରୂପେ ନିଜ ଫ୍ୟାନ୍‌ମାନଙ୍କ ସହିତ ଭିଡିଓ ଶେୟାର କରୁଥିଲେ। ତାଙ୍କୁ ‘ଦ ମ୍ୟୁଟେଣ୍ଟ୍‌’ ଉପନାମ ମଧ୍ୟ ମିଳିଥିଲା। ସୂଚନା ଅନୁସାରେ ଇଲିୟା ଦିନରେ ସାତଥର ଖାଦ୍ୟ ଖାଉଥିଲେ ଏବଂ ଶରୀର ପାଇଁ ୧୬,୫୦୦ କ୍ୟାଲୋରୀ ଗ୍ରହଣ କରୁଥିଲେ। ତାଙ୍କ ଓଜନ ୩୪୦ ପାଉଣ୍ଡ ଥିବାବେଳେ ଉଚ୍ଚତା ୬ ଫୁଟ ୧ ଇଞ୍ଚ ଥିଲା। ତାଙ୍କ ଛାତି ୬୧ ଇଞ୍ଚ ଏବଂ ବାଇସେପ୍ସ ୨୫ ଇଞ୍ଚ ମପା ଯାଇଥିଲା।
କଥିତ ଭାବେ ସ୍କୁଲରେ ତାଙ୍କ ଓଜନ ମାତ୍ର ୭୦ କେଜି ଥିଲା ଏବଂ ସେ ପୁଶ୍‌-ଅପ୍ସ କରିପାରୁ ନଥିଲେ। ତେବେ ଅର୍ନୋଲ୍ଡ ଶ୍ୱାର୍ଜନେଗର ଏବଂ ସିଲ୍‌ଭେଷ୍ଟର ଷ୍ଟେଲୋନ୍‌ଙ୍କ ଦ୍ୱାରା ପ୍ରେରିତ ହୋଇ ନିଜ ଶାରୀରିକ ବିକାଶ ଉପରେ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକଦା ସେ କହିଥିଲେ ‘ମୋ ପରିବର୍ତ୍ତନ ବହୁ ବର୍ଷର କଠିନ ପରିଶ୍ରମ ଏବଂ ଅନୁଶାସନର ପରିଣାମ। ଏହାକ ମୁଁ ବ୍ୟାୟାମ, ଶରୀର ବିଜ୍ଞାନ ଏବଂ ପୋଷଣର ଜ୍ଞାନ ସହ ପ୍ରସ୍ତୁତ କରିଛି। ମୋ ମିଶନ ଲୋକଙ୍କ ମଧ୍ୟରେ କାର୍ଯ୍ୟ ନୈତିକତା ସ୍ଥାପନ କରିବା, ଯାହା ଫଳରେ ସେମାନେ ନିଜ ଡରକୁ ଦୂର କରିପାରିବେ। ଇଲିୟା ଚେକ୍ ଗଣରାଜ୍ୟ, ଦୁବାଇ ଏବଂ ଆମେରିକାରେ ବସବାସ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking