33.1 C
Bhubaneswar
Friday, April 3, 2026
Homeଓଡିଶାମୟୂରଭଞ୍ଜ ଜିଲ୍ଲାରେ କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ମୟୂରଭଞ୍ଜ ଜିଲ୍ଲାରେ କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା । ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ବର୍ଷା ନେଇ ମୟୂରଭଞ୍ଜକୁ ଆସନ୍ତା କାଲି ରେଡଆଲର୍ଟ ଜାରି ହୋଇଛି । ଆସନ୍ତାକାଲି (ଶନିବାର) ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ହେବ। ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ, ବେସରକାରୀ ସ୍କୁଲ ବନ୍ଦ ରହିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଜିଲ୍ଲାପାଳ ହେମକାନ୍ତ ସୟ ଛୁଟି ଘୋଷଣା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲଘୁଚାପ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking