28.1 C
Bhubaneswar
Thursday, September 19, 2024
Homeଓଡିଶାଗାଇଡଲାଇନ ଆଣିଲେ ମୋହନ ସରକାର, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ

ଗାଇଡଲାଇନ ଆଣିଲେ ମୋହନ ସରକାର, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚାକିରି ସରିବା ପରେ ବି ଚାକିରି କରିପାରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ । ପୁନଃ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ଅଧିକାରୀ କେଉଁ ମାନଦଣ୍ଡରେ ଚୟନ ହେବେ, ସେ ନେଇ ଜାରି ହୋଇଛି ବିସ୍ତୃତ ଗାଇଡଲାଇନ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଚୟନ କମିଟି ରହିବ । ଯାହାର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ ।

ସେହିପରି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବିଭାଗର ସଚିବ ଓ ଅର୍ଥ ସଚିବ ସଦସ୍ୟ ଓ ସମ୍ପୃକ୍ତ ବିଭାଗର ସଚିବ ଆବାହକ ଭାବେ ରହିବେ । ୬୫ ବର୍ଷରୁ କମ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ । ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ । ଯଦି ସେ ସନ୍ତୋଷଜନକ ଭାବେ କାର୍ଯ୍ୟ ସମ୍ପାଦନ କରିଥ‌ିବେ, ତେବେ ପରବର୍ତ୍ତୀ ଅବଧି ଗୋଟିଏ ବର୍ଷ ଲେଖାଏଁ ତିନିବର୍ଷ ପାଇଁ ବୃଦ୍ଧି କରାଯିବ । ପୁନଃନିଯୁକ୍ତିର ସମୁଦାୟ ଚାରି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେବ । ପୁନଃନିଯୁକ୍ତ ଅଧିକାରୀ ଅର୍ଥ ବିଭାଗର ସହମତି କ୍ରମେ ପ୍ରଶାସନିକ ବିଭାଗ କର୍ତ୍ତୃପକ୍ଷ ଦ୍ଵାରା ସ୍ଥିରକୃତ ବେତନ, ଛୁଟି ଏବଂ ଅନ୍ୟାନ୍ୟ ଭତ୍ତା ପାଇବେ । ପୁନଃନିଯୁକ୍ତ ଅଧିକାରୀ ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ର ନିୟମାବଳୀ ଦ୍ଵାରା ପରିଚାଳିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking