34.1 C
Bhubaneswar
Wednesday, March 4, 2026
Homeଓଡିଶାଶିମିଳିପାଳରୁ ପୁଣି ୫ ଶିକାରୀ ଗିରଫ; ବନ୍ଧୁକ, ଧନୁତିର ସହ ବିସ୍ଫରୋକ ଏବଂ ବାଘଦାନ୍ତ ଜବଦ

ଶିମିଳିପାଳରୁ ପୁଣି ୫ ଶିକାରୀ ଗିରଫ; ବନ୍ଧୁକ, ଧନୁତିର ସହ ବିସ୍ଫରୋକ ଏବଂ ବାଘଦାନ୍ତ ଜବଦ

ବାରିପଦା: ସିମିଲିପାଲ ସାଉଥ ଏବଂ ବାରିପଦା ବନ ଡିଭିଜନ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀ ମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ମାଣିକପୁର ଗାଁର ସାଉରୁ ମୁର୍ମୁ ପିତା ପଞ୍ଚାନନ ମୁର୍ମୁ, ନିତାଇ ମୁର୍ମୁ ପିତା ସାଉରୁ ମୁର୍ମୁ, ମୋହାତୋ କିସ୍କୁ (ହାପ୍ନା) ପିତା ଆଣ୍ଟୁ କିସ୍କୁ ବୋଲି ଜଣାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ, ୨ଟି ଗୁଳିନଥିବା ବନ୍ଧୁକ, ଗୋଟିଏ ବନ୍ଧୁକ ବ୍ୟାରେଲ ସହ ଅଧା ଗଢା ବନ୍ଧୁକ, ବିସ୍ଫୋରକ ଗନ ପାଉଡର, ବହୁ ଧନୁ ତୀର ସହ ଗୋଟିଏ ବଣ୍ଡଲ ଫାସ ଆଦି ଜବଦ କରାଯାଇଛି। ତେବେ ତଦନ୍ତ ବେଳେ ଅନ୍ୟଜଣେ ଶିକାରୀ ଉଦଳା ଥାନା ଖଣ୍ଡାଚିରା ଗ୍ରାମର ଥୁପୁଲ ହେମ୍ବ୍ରାମ ପିତା ଲକ୍ଷ୍ମଣ ହେମ୍ବ୍ରାମଙ୍କ ନାମ ଆସିବାରୁ ତୁରନ୍ତ ଚଢ଼ଉ କରାଯାଇ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ମଧ୍ୟ ବାଘ ଶିକାର ମାମଲାରେ ଜଡ଼ିତ ରହିଛନ୍ତି। ତାଙ୍କ ନିକଟରୁ ପେଲେଟ ସହିତ ଗୋଟିଏ ବନ୍ଧୁକ, ୪ ଟି ବାଘ ଦାନ୍ତ, ୮୦ଟି ତୀର ଜବତ କରାଯାଇଛି। ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସେହିପରି ମୋହାତୋ କିସ୍କୁ ଓରଫ ହାପ୍ନା ନାମକ ଜଣେ ଫେରାର ବାଘ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ସେ ଜଣେ କୁଖ୍ୟାତ ଶିକାରୀ ହୋଇଥିବା ବେଳେ ଅଢେଇ ବର୍ଷ ପୂର୍ବେ ସେ ଏକ ମହାବଳ ବାଘ ଶିକାର କରିଥିଲା। ପରେ ଏସଟିଏଫ କ୍ରାଇମ ବ୍ରାଞ୍ଚ ଚଢ଼ଉ କରି ତା ନିକଟରୁ ବାଘ ଚମଡା ଜବତ କରିଥିଲା। ସେ ଅନେକ ଦିନ ଧରି ଫେରାର ଥିବାରୁ ତାକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଏସଟିଏଫ ଅପରାଧ ଶାଖାକୁ ହସ୍ତାନ୍ତର କରାଯିବ ବୋଲି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking