28.1 C
Bhubaneswar
Wednesday, March 4, 2026
Homeଖେଳଡାଏମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଅବିନାଶ ସାବ୍‌ଲେ

ଡାଏମଣ୍ଡ୍ ଲିଗ୍ ଫାଇନାଲ୍‌ରେ ଅବିନାଶ ସାବ୍‌ଲେ

ନୂଆଦିଲ୍ଲୀ: ଭାରତର ମିଡିଲ୍ ଡିଷ୍ଟାନ୍ସ ରନର୍ ଅବିନାଶ ସାବ୍‌ଲେ ପ୍ରଥମ ଥର ପାଇଁ ଡାଏମଣ୍ଟ୍ ଲିଗ୍ ଫାଇନାଲ୍‌ରେ ଭାଗନେବେ। ଏହି ଲିଗ୍ ଫାଇନାଲ୍‌ରେ ସ୍ଥାନ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଏହି ଇଭେଣ୍ଟରେ ଅଂଶଗ୍ରହଣ କରିସାରିଛନ୍ତି। ୨୯ ବର୍ଷୀୟ ଅବିନାଶ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ। ତାଙ୍କ ଇଭେଣ୍ଟ୍ ସେପ୍ଟେମ୍ବର ୧୩ ତାରିଖରେ ହେବ। ସାବ୍‌ଲେ ଚଳିତ ସିଜନ୍‌ରେ ଡାଏମଣ୍ଡ୍ ଲିଗ୍‌ର ୫ରୁ ଦୁଇଟି ଇଭେଣ୍ଟ୍‌ରେ ଭାଗ ନେଇଥିଲେ ଏବଂ ୩ ପଏଣ୍ଟ ସହ ଟେବଲ୍‌ର ୧୪ତମ ସ୍ଥାନରେ ରହିଥିଲେ। ମାତ୍ର ତାଙ୍କୟଠାରୁ ଅଧିକ ର‌୍ୟାଙ୍କିଙ୍ଗ୍‌ର ୪ ଆଥ୍‌ଲେଟ୍ ନାମ ପ୍ରତ୍ୟାହାର କରିନେବାରୁ ସାବ୍‌ଲେ ୧୨ ଜଣିଆ ଫାଇନାଲ୍ ପାଇଁ ଯୋଗ୍ୟ ହୋଇଛନ୍ତି। ନୀରଜ ଚୋପ୍ରା ପୂର୍ବରୁ ଚଳିତ ସିଜନ୍‌ର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଦୁଇଦିନିଆ ଡାଏମଣ୍ଡ୍ ଲିଗ୍ ଫାଇନାଲ୍ ବ୍ରସେଲ୍ସରେ ହେବ। ଏଥିରେ ବିଜୟୀ ଆଥ୍‌ଲେଟ୍‌ଙ୍କୁ ପ୍ରତିଷ୍ଠିତ ଟ୍ରଫି, ୩୦ ହଜାର ଡଲାର ପୁରସ୍କାର ରାଶି ଏବଂ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ର ୱାଇଲ୍ଡ କାର୍ଡ ଏଣ୍ଟ୍ରିର କାର୍ଡ ମିଳିଥାଏ। ସେହିପରି ଉପବିଜେତାଙ୍କୁ ୧୨ ହଜାର ଡଲାର ଏବଂ ୮ମ ସ୍ଥାନର ଆଥ୍‌ଲେଟ୍‌ଙ୍କୁ ୧ ହଜାର ଆମେରିକୀୟ ଡଲାର ମିଳିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking