26.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶମସଜିଦ ବିବାଦ; ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ, ପାଣିମାଡ଼

ମସଜିଦ ବିବାଦ; ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ର ଲାଠିଚାର୍ଜ, ପାଣିମାଡ଼

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଶିମଲା ଅନ୍ତର୍ଗତ ସଞ୍ଜୌଲି ଅଞ୍ଚଳର ପ୍ରବେଶ ପଥ ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଓ ପୁଲିସ୍‌। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଘଉଡ଼ାଇବା ପାଇଁ ପୁଲିସ୍ ବାଧ୍ୟ ହୋଇ ଲାଠିଚାର୍ଜ କରିଛି। ପୁଲିସ୍ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ଼ କରାଯାଇଛି। ଏହି ଘଟଣାରେ ଅନେକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସଞ୍ଜୌଲି ଅଞ୍ଚଳରେ ଥିବା ଗୋଟିଏ ମସଜିଦ୍‌ରେ ନିର୍ମାଣ କାମ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ସଂଗଠନ ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି। ଏଠାରେ ବେଆଇନ ଭାବେ ପ୍ରଥମ ମହଲାରେ ନିର୍ମାଣ କାମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ମସଜିଦ୍‌ରେ ବେଆଇନ ଭାବେ ନିର୍ମାଣ ହେଉଥିବା ଦାବି କରି ଆଜି କିଛି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ହିମାଚଳ ସରକାର ସଞ୍ଜୌଲି ଅଞ୍ଚଳରେ କଟକଣା ଲଗାଇଥିଲେ। ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା। ହେଲେ ବିକ୍ଷୋଭକାରୀମାନେ ଏହାକୁ ହଟାଇ ଧାଲ୍ଲି ଟନେଲରେ ପ୍ରବେଶ କରିଥିଲେ। ଏହି ଟନେଲ୍ ସଞ୍ଜୌଲି ଅଞ୍ଚଳକୁ ସଂଯୋଗ କରୁଛି। ବିକ୍ଷୋଭକାରୀମାନେ ଟନେଲ୍ ଦେଇ ନିର୍ମାଣ ଚାଲିଥିବା ମସଜିଦ ଆଡ଼କୁ ଯିବାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ସ୍ଥିତି ବେକାବୁ ହେବାରୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହ ସେମାନଙ୍କ ଉପରକୁ ପାଣି ମାଡ଼କରିଛି। ଏହାବାଦ ଶିମଲାରେ ଆଉ କିଛି ସ୍ଥାନରେ ମଧ୍ୟ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking