28.1 C
Bhubaneswar
Thursday, September 19, 2024
Homeଓଡିଶାବିଜୁଜନତା ଦଳକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ

ବିଜୁଜନତା ଦଳକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଯୁବଜନତା ଦଳର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଶଙ୍ଖଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜୁଜନତା ଦଳକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଗତ ୨୭ ବର୍ଷ ଧରି ବିଜୁଜନତା ଦଳ ରାଜ୍ୟ ବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ରଖିଛି । ବିଜୁଜନତା ଦଳର ଆଦର୍ଶ ହେଉଛି ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା । ଏହି ଆଦର୍ଶକୁ ପାଥେୟ କରି ବିଜୁଜନତା ଦଳ ଆଜି ଏକ ଦଳ ନୁହେଁ, ସାମାଜିକ ଆନ୍ଦୋଳନ ଭାବେ ମୁଣ୍ଡ ଟେକି ଠିଆ ହୋଇଛି । ବିଜୁଜନତା ଦଳ କ୍ଷମତା କେନ୍ଦ୍ରିକ ନୁହେଁ, ବରଂ ଲୋକଙ୍କର ସେବା ପ୍ରତ୍ୟେକଟି ସଦସ୍ୟଙ୍କର ମୂଳ ଲକ୍ଷ୍ୟ । ମିଛ ଖବରକୁ ପ୍ରତିହତ କରି ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ ସଦସ୍ୟ ଓଡ଼ିଶାବାସୀଙ୍କୁ ସଚେତନ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବା ନିମନ୍ତେ ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଗତ ନିର୍ବାଚନରେ ବିଜୁ ଜନତା ଦଳ ୪୧.୦୨ ପ୍ରତିଶତ ଭୋଟ ପାଇଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା । ବିଜୁ ଜନତା ଦଳ ସବୁବେଳେ ଯୁବ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ସର୍ବଦା କାମ କରି ଚାଲିଥିଲା । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯୁବପିଢ଼ି ଆଜି ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଆମ ଓଡ଼ିଶାର ଯୁବ ପିଢ଼ିସୁନାମ ଅର୍ଜନ କରିଛନ୍ତି । ଏହି ଧାରାକୁ ନିରନ୍ତର ବଜାୟ ରଖିବା ନିମନ୍ତେ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେବା ସହ କହିଛନ୍ତି ଯେ, କିଛି ଜଣ ଅଛନ୍ତି ଯେଉଁମାନେ ଆମ ପୂର୍ବ ସୁରୀ ତଥା ମହାପୁରୁଷ ମାନଙ୍କ ସୁନାମକୁ କଳଙ୍କିତ କରିବାକୁ ଲାଗିଛନ୍ତି, ଏହା କ’ଣ ଓଡ଼ିଆ ଅସ୍ମିତା ? ସେମାନଙ୍କ ବଳିଦାନକୁ ଅସମ୍ମାନ କରିବା ଏହା କ’ଣ ଆମ ସମ୍ମାନ କୁହାଯିବ ? ଭାରତୀୟ ଜନତା ପାର୍ଟିର ସରକାର ଆରମ୍ଭରୁ ବଡ଼ ପାଟିରେ ବାରମ୍ବାର ମିଛ କହି ଚାଲିଛନ୍ତି । ସେ ବୁଝିବା ଦରକାର ଯେ, ବଡ଼ ପାଟିରେ କହିଦେଲେ ମିଛ ଓଚ୍ଛ ହୁଏ ନାହିଁ । ସରକାର ବର୍ତ୍ତମାନ ଆଈ ମା ଗପ ଛାଡ଼ି ଓଡ଼ିଶା ଲୋକଙ୍କ ପାଇଁ କାମ କରିବା ଦରକାର । ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ୩୦୦ ୟୁନିଟ୍ ମାଗଣା ବିଜୁଳି, ପେନସନ୍ ଯୋଗାଇବାର ପ୍ରତିଶ୍ରୁତି ଦେଖାଇ ସବୁଥିରେ ବିଫଳ । ମିଛ କହି ଏ ସରକାର ନିର୍ବାଚନ ଜିତିଯାଇ ପାରନ୍ତି, କିନ୍ତୁ ଲୋକଙ୍କର ହୃଦୟ ନୁହେଁ । ଏ ସମସ୍ତ ବିଷୟରେ ଯୁବ ସଂଗଠନ ଓଡ଼ିଶାବାସୀଙ୍କୁ ସଚେତନ କରିବା ସହ ଗଣମାଧ୍ୟମରେ ସକ୍ରିୟ ରହି ମିଥ୍ୟା ଖବର ଓ ଅପପ୍ରଚାର ବିରୋଧରେ ଦୃଢ ଼ସଂଗ୍ରାମ ଜାରି ରଖିବା ନିମନ୍ତେ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଏହି ସମ୍ମିଳନୀରେ ଯୋଗଦେଇ ଦଳର ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସ ତୃଣ ମୂଳ ସ୍ତରରୁ ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ସଂଗଠିତ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଜୁ ଯୁବଜନତା ଦଳରସଭାପତିଶ୍ରୀବ୍ୟୋମକେଶରାୟ ଉଦବୋଧନ ଦେଇ କହିଥିଲେ ଯେ, କେନ୍ଦ୍ରଏବଂରାଜ୍ୟସରକାରଭାରତ ତଥା ଓଡ଼ିଶାର ଯୁବକମାନଙ୍କୁଯେଉଁସବୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେତାହା ଆଜି ପ୍ରତାରଣାରେ ପରିଣତହୋଇଛି । ଓଡ଼ିଶାରବଜେଟରେ ଯୁବକମାନଙ୍କ ପାଇଁକୌଣସିବ୍ୟବସ୍ଥା ନାହିଁ ।ରେଳବାଇ, ଜାତୀୟରାଜପଥ, ମୋବାଇଲଟାୱାର, ବ୍ୟାଙ୍କିଙ୍ଗ୍‌କ୍ଷେତ୍ରରେଏବେବିଓଡ଼ିଶା ଅବହେଳିତ । ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବାକେନ୍ଦ୍ରସରକାରଙ୍କ ଦୃଢ଼ୋକ୍ତି ଆଜିଜୁମଲାରେ ପରିଣତହୋଇଛି । ଆଗାମୀ ଦିନରେମହାନଦୀ ପୋଲାଭରମ ପାଇଁ ଯୁବଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ । ଦରଦାମ ତଥା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦଳ ରାଜରାସ୍ତାକୁଓହ୍ଲାଇବ । ୩୦୦ ୟୁନିଟ୍‌ମାଗଣାବିଜୁଳି, ସମସ୍ତଙ୍କୁ ୩୦୦୦ ଟଙ୍କାଭତ୍ତା ପ୍ରଦାନର ପ୍ରତିଶ୍ରୁତି ଦେଇ ରାଜ୍ୟବିଜେପିସରକାର ଆଜିଓଡ଼ିଶାବାସୀଙ୍କୁ ପ୍ରତାରଣା ଦେଇଛି ।

ସମନ୍ୱୟକମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀଶ୍ରୀ ଦେବୀପ୍ରସାଦ ମିଶ୍ରକହିଥିଲେ ଯେ, ନବୀନ ପଟ୍ଟନାୟକଙ୍କନେତୃତ୍ୱରେଓଡ଼ିଶାରହକ୍‌ରଲଢ଼େଇଜାରିରହିବଏବଂ ଏଥିରେବିଜୁ ଯୁବଜନତା ଦଳରଗୁରୁତ୍ୱପୂର୍ଣ୍ଣଭୂମିକାରହିବ । କାର୍ଯ୍ୟକ୍ରମରେଯୋଗଦେଇ ଦଳରବରିଷ୍ଠନେତାଶ୍ରୀ ପ୍ରତାପ ଜେନାକହିଥିଲେ, ଜୀବନବିନ୍ଦୁ ପରିମହତକାର୍ଯ୍ୟକ୍ରମ ଆଜିଭାରତବର୍ଷରେ ପରିଚିତ, ତାହାକେବଳବିଜୁ ଯୁବ ଓ ବିଜୁଛାତ୍ରଜନତା ଦଳର ଅକ୍ଳାନ୍ତ ପରିଶ୍ରମ ପାଇଁସମ୍ଭବହୋଇପାରିଛି । ଯୁବବର୍ଗହିଁରାଜ୍ୟରଭବିଷ୍ୟତ । ଏମାନେ ହିଁ ପୁନର୍ବାରବିଜୁଜନତା ଦଳକୁଶାସନକୁ ଆଣିବାରେମୁଖ୍ୟଭୂମିକାଗ୍ରହଣକରିବେ । ବଲାଙ୍ଗିରବିଧାୟକଶ୍ରୀକଳିକେଶସିଂଦେଓ କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଦାବି ଓ ମନ୍ତବ୍ୟରଖିପାରୁଥିଲେ, ଯାହାକିଗଣତାନ୍ତ୍ରିକ ପଦ୍ଧତିର ଏକ ଉଦାହରଣ । ଭବିଷ୍ୟତରେ ପରିବର୍ତ୍ତନ କେବଳ ଯୁବକମାନଙ୍କ ଦ୍ୱାରାହିଁସମ୍ଭବ । ପୂର୍ବତନ ମନ୍ତ୍ରୀଶ୍ରୀ ଅଶୋକ ପଣ୍ଡାକହିଥିଲେ, ବିଜୁଜନତା ଦଳ ପାଇଁଶାସନରମାନେ କ୍ଷମତା ନୁହେଁ, ଲୋକଙ୍କସେବା । ସେଥିପାଇଁ ଆଜି ପର୍ଯ୍ୟନ୍ତ ଲୋକଙ୍କହୃଦୟରେ ନବୀନ ପଟ୍ଟନାୟକ ଅଛନ୍ତି । ପୂର୍ବତନ ମନ୍ତ୍ରୀଶ୍ରୀ ଅତନୁସବ୍ୟସାଚୀ ନାୟକକହିଥିଲେ, ଆଗାମୀ ଦିନରେବିଜୁ ଯୁବଜନତା ଦଳ ବିଜେପିସରକାର ଦେଇଥିବା ପ୍ରତ୍ୟେକମିଛ ପ୍ରତିଶ୍ରୁତିରସତ୍ୟତାଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବ । ପୂର୍ବତନ ବିଧାୟକ ତଥା ଦଳରବରିଷ୍ଠନେତାଶ୍ରୀସଞ୍ଜୟ ଦାସବର୍ମାକହିଥିଲେ, ବିଜୁବାବୁଙ୍କଚିନ୍ତାଧାରାକୁନେଇଏହି ଦଳ ଦୀର୍ଘବର୍ଷହେଲା ଆଗେଇଚାଲିଛିଏବଂ ଆଗକୁ ମଧ୍ୟ ଆଗେଇଚାଲିବ । ନୟାଗଡ଼ବିଧାୟକଶ୍ରୀ ଅରୁଣକୁମାରସାହୁକହିଥିଲେ, ବିଜେପିକେବେସମସ୍ୟାଭିତ୍ତିକରାଜନୀତିକରେ ନାହିଁଏବଂଦରବୃଦ୍ଧି, ବେକାରୀସମସ୍ୟାଏସବୁଉପରେସେମାନେ କହୁଥିବାର ଦେଖିବାକୁମିଳେ ନାହିଁ । ଆମ ଦଳରଜଣେସୈନିକତାଙ୍କଦଳରଜଣେସେନାପତିସହସମାନ,ଲୋକେ ଅଳ୍ପ ଦିନରେଏହାବୁଝିସାରିଲେଣି । ବିଜୁ ଯୁବଜନତା ଦଳ ଘରେଘରେଏବଂସାମାଜିକଗଣମାଧ୍ୟମରେଏହିସତ୍ୟତାଲୋକଙ୍କ ପାଖରେ ପହଞ୍ଚାଇବ ।ବାଙ୍କିବିଧାୟକ ତଥା ବିଜୁଛାତ୍ରଜନତା ଦଳରସଭାପତିଶ୍ରୀ ଦେବୀରଞ୍ଜନ ତ୍ରିପାଠୀକହିଥିଲେ, ନବୀନ ପଟ୍ଟନାୟକଙ୍କନେତୃତ୍ୱରେବିଜୁ ଯୁବଓ ଛାତ୍ରଜନତା ଦଳ ଓଡ଼ିଶାରହକ୍ ପାଇଁରାଜରାସ୍ତାକୁଓହ୍ଲାଇବ ।

ଯୁବ ସଂଗଠନ ରୁ ନିର୍ବାଚିତବିଜୁଜନତା ଦଳରସାଂସଦ ଶ୍ରୀ ସୁବାଶିଷ ଖୁଣ୍ଟିଆ, ନବନିର୍ବାଚିତବିଧାୟକସୁନୀଲମହାନ୍ତି ଓ ରୁପେଶ ପାଣିଗ୍ରାହୀଙ୍କୁଏହି ଅବସରରେସମ୍ବର୍ଦ୍ଧିତକରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେବିଜୁ ଯୁବଜନତା ଦଳରସଭାପତି ତଥା ଚାନ୍ଦବାଲିବିଧାୟକବ୍ୟୋମକେଶରାୟ, କାର୍ଯ୍ୟକାରୀସଭାପତିବୈକୁଣ୍ଠ ନାୟକ, ଶୁଭେନ୍ଦୁମଙ୍ଗରାଜ, ମହାସଚିବଏଲିନା ଦାସ, ରାଜ୍ୟସାଧାରଣସମ୍ପାଦିକାମହୀକ୍ଷିତାମିଶ୍ରଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେସାଂସଦ ସୁଲତା ଦେଓ, ମନ୍ମଥ ରାଉତରାୟ, ଦେବଶ ଆଚାର୍ଯ୍ୟ, ଚିନ୍ମୟସାହୁ, ଅମରେଶ ପତ୍ରି, ରଞ୍ଜିତମହାପାତ୍ରଏବଂବିଜୁ ଯୁବଜନତା ଦଳରରାଜ୍ୟକର୍ମକର୍ତ୍ତା, ଜିଲ୍ଲାସଭାପତିଏବଂଜୋନ୍‌ସଭାପତିଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking